ରାସ୍ତାରେ ମଦ୍ୟପାନ କରି ଗାଡି ଚଲାଉଥିଲେ ୩ ଯୁବକ, ତା’ ପରେ ଘଟିଲା ଏମିତି କିଛି

ଆପଣ ସତରେ ହେଉ ଅବା ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ନିଶ୍ଚିତ ଭାବେ ଦେଖିଥିବେ। ଇତିମଧ୍ୟରୁ ଅନେକ ଦୁର୍ଘଟଣାଜନିତ ଭିଡିଓ ମଧ୍ୟ ନିଶ୍ଚିତ ଦେଖିଥିବେ। କିନ୍ତୁ ଏହି ଭିଡିଓ ଦେଖିଲେ ଆପଣଙ୍କ ଛାତି ନିଶ୍ଚିତ ଭାବେ ଥରି ଉଠିବ। ରାସ୍ତାରେ ଗାଡି ନେଇ ଯିବା ବେଳେ ଆପଣ ସାବଧାନତାର ସହିତ ଯିବା ନିତାନ୍ତ ଆବଶ୍ୟକ।

bike

ଆଜିକାଲିର ଯୁବପିଢି ମଦ୍ୟପାନ କରି ରାସ୍ତାରେ ଏଭଳି ଗାଡି ଚଳାଉଛନ୍ତି, ତାହା ନ କହିଲେ ଭଲ। କେବେ, କେଉଁଠି କେଉଁ ସ୍ଥାନରେ କାହାକୁ ମାରିଦେବେ କିମ୍ବା ନିଜେ ମରିଯିବେ ତାହା କେହି କହିପାରିବେ ନାହିଁ। ଏହି ଭିଡିଓ ଦିଲ୍ଲୀର ଫରିଦାବାଦ ଫ୍ଲାଏଓଭର। ଯେଉଁଠି ଗୋଟେ ବାଇକ୍‌ରେ ତିନି ଜଣ ଯୁବକ ମଦ୍ୟପାନ କରି ଏପରି ଗାଡି ଚଳାଉଛନ୍ତି ଯେ, ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏମାନେ ନିଶାଶକ୍ତ ହୋଇ ଗାଡିକୁ ଠିକ୍‌ ଭାବେ ମଧ୍ୟ ଚଲାଇପାରୁନାହାନ୍ତି। ଗାଡିଟି କିଛି ବାଟ ଗଲାପରେ କିପରି ସନ୍ତୁଳନ ହରାଇ ଡିଭାଇଡରରେ ପିଟି ହେଉଛି। କିନ୍ତୁ ଗାଡିରେ ଥିବା ତିନି ଜଣ ଡିଭାଇଡରରେ ଧକ୍କା ହେବା ପରେ ଆରପଟକୁ ଛିଟିକି ପଡିଛନ୍ତି। ସେମାନଙ୍କ ଭାଗ୍ୟ ନିଶ୍ଚିତ ଭାବେ ଭଲ, ଯଦି ସେମାନେ ରାସ୍ତାରେ ପଡିଥାନ୍ତେ, ତେବେ ନିଶ୍ଚିତ କେଉଁ ଗାଡି ଚକା ତଳେ ପଡି ତାଙ୍କ ଜୀବନ ଯାଇଥାନ୍ତା। ହେଲେ ଏହି ଗାଡିର ଅବସ୍ଥା ଯାହା ହୋଇଛି, ଯଦି ଏହି ଯୁବକମାନଙ୍କର ହୋଇଥାନ୍ତା, ତେବେ କ’ଣ ହୋଇଥାନ୍ତା। ସେହି ତିନିଜଣ ଯୁବକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଭିଡିଓ କରୁଥିବା ବ୍ୟକ୍ତି ଜଣକ ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା ମଧ୍ୟ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପଣ କେବେ ବି ନିଶାଶକ୍ତ ଅବସ୍ଥାରେ ଏପରି ଗାଡି ଚଲାନ୍ତୁ ନାହିଁ। ଏହା ଆପଣଙ୍କ ସହିତ ଅନ୍ୟର ମଧ୍ୟ ଜୀବନ ନେଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.