ଏହି ପର୍ଯ୍ୟଟନ ସ୍ଥଳରେ ମହିଳାଙ୍କୁ ବିକିନୀ ମନା, ନଚେତ ଲାଗିବ ୪୦ ହଜାର ଜରିମାନା

ନୂଆଦିଲ୍ଲୀ : ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳରେ ବିକିନୀ ପିନ୍ଧିବାକୁ କରାଯାଇଛି ବାରଣ । ଯଦି କେହି ଏପରି କରିବାର ଦେଖାଯାଏ,ତେବେ ତାଙ୍କୁ ୪୦ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି କହିଛି ସ୍ଥାନୀୟ ପ୍ରଶାସନ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ନେଇଛି ଏପରି କାର୍ଯ୍ୟାନୁଷ୍ଠାନ । ଏହ ମାମଲା ଘଟିଛି ଇଟାଲିର ସମୁଦ୍ର ତଟ ପୋମ୍ପେଇ ଓ ନାପଲେସରେ ।

ଏକ ସୂଚନା ଅନୁଯାୟୀ, ଏଠାକାର ମେୟର ଏହି ଆଦେଶ ଦେଇଛନ୍ତି ଯେ ଯଦି କେହି ମହିଳା ଏଠାକାର ରାସ୍ତାରେ ବିକିନୀ ପିନ୍ଧି,ସର୍ଟଲେସ କିମ୍ବା ଅଳ୍ପ କପଡ଼ା ପିନ୍ଧି ଅଙ୍ଗ ପ୍ରଦର୍ଶନ କରନ୍ତି,ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରକାଶଯୋଗ୍ୟ, ସମୁଦ୍ର ତଟ ଅଞ୍ଚଳରେ ବସବାସ କରୁଥିବା ଲୋକେ ଅଭିଯୋଗ କରିଥିଲେ ଯେ ଏଠାକୁ ଭ୍ରମଣରେ ଆସୁଥିବା ଲୋକେ ଛୋଟ କପଡ଼ା ପିନ୍ଧି ଅଶୋଭନୀୟ ବ୍ୟବହାର କରୁଛନ୍ତି । ଯାହାର ପ୍ରଭାବ ଏଠାକାର ଲୋକଙ୍କ ଉପରେ ପଡ଼ୁଛି ।

ପର୍ଯ୍ୟଟକଙ୍କୁ ଚେତାବନୀ

ଏହି ଅଭିଯୋଗ ପରେ ସ୍ଥାନୀୟ ମେୟର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଚେତାବନୀ ଦେଇଛନ୍ତି, ଯଦି କେହି ଏଠାରେ କମ କପଡାରେ କିମ୍ବା ଅଶୋଭନୀୟ ଆଚରଣ କରୁଥିବାର ଦେଖାଯାଆନ୍ତି ତେବେ ତାଙ୍କୁ ୪୨୫ ପାଉଣ୍ଡ ବା ପ୍ରାୟ ୪୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । କାରଣ ଏହି ସବୁ ଅଶୋଭନୀୟ ଦୃଶ୍ୟ ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠା ଓ ଗାରିମା ଉପରେ ଆଞ୍ଚ ଆଣିବା ସହ ଏଠାକାର ଲୋକଙ୍କୁ ଖରାପ କରିଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.