ବିବାହର ୨୭ ବର୍ଷ ପରେ ଅଲଗା ହେଲେ ବିଶ୍ୱର ବେଶ ଜଣାଶୁଣା କପଲ ବିଲ୍‌ ଗେଟସ୍‌ ଓ ମିଲିଣ୍ଡା

କେନ୍ଯୁଜ୍: ଅଲଗା ହେଲେ ବିଲ୍‌ ଗେଟସ୍‌ ଓ ମିଲିଣ୍ଡା । ବାହାଘରର ୨୭ ବର୍ଷ ପରେ ଅଲଗା ହେଲେ ବିଶ୍ୱର ବେଶ ଜଣାଶୁଣା କପଲ । ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟସ୍‌ ଓ ତାଙ୍କ ପତ୍ନୀ ମିଲିଣ୍ଡା ଏଭଳି ନିଷ୍ପତି ନେଇଛନ୍ତି । ଅନେକ ଆଲୋଚନା ପରେ ଦୁହେଁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ବିଲ ଗେଟସ୍‌।

୨୭ ବର୍ଷ ମଧ୍ୟରେ ତିନି ସନ୍ତାନ ଅଛନ୍ତି । ଏକ ଫାଉଣ୍ଡେସନ ମଧ୍ୟ କରିଛୁ, ଯାହା ବିଶ୍ୱସ୍ତରରେ ସ୍ୱାସ୍ଥ୍ୟସେବା ନେଇ କାମ କରୁଛି । ଏହି ମିଶନ ପାଇଁ ଏବେ ମଧ୍ୟ ଏକାଠି କାମ କରିବୁ ବୋଲି ସେ କହିଛନ୍ତି । କିନ୍ତୁ ଅଲଗା ଅଲଗା ରହିବାକୁ ନିଷ୍ପତ୍ତି ନେଇଛନ୍ତି । ୧୯୯୪ ମସିହାରେ ଉଭୟ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.