ଦୁନିଆର ସବୁଠୁ ବଡ଼ ଧନୀଙ୍କ ବଡ଼ ଗୁମର, ମାଇକ୍ରୋସପ୍ଟ ମାଲିକ ବିଲ୍‌ ଗେଟ୍ସ  ରାତିରେ କରୁଥିଲେ ନ୍ୟୁଡ୍‌ ପାର୍ଟି

ଦୁନିଆର ସବୁଠୁ ବଡ଼ ଧନୀ ମାଇକ୍ରୋସପ୍ଟ ମାଲିକ ବିଲ୍‌ ଗେଟ୍ସ ପ୍ରାରମ୍ଭିକ ଦିନରେ ବହୁତ ରଂଗୀନ ମିଜାଜ୍‌ର ଥିଲେ । ସେ ବିଳମ୍ବିତ ରାତିରେ ଅଫିସକୁ ଲୋକାଲ ନାଇଟ କ୍ଲବ ଡ୍ୟାନ୍ସରଙ୍କୁ ଡାକି କରୁଥିଲେ ନ୍ୟୁଡ୍‌ ପାର୍ଟି ।

ଦୁନିଆର ସବୁଠୁ ବଡ଼ ଧନୀ ହେଉଛନ୍ତି ମାଇକ୍ରୋସପ୍ଟ ମାଲିକ ବିଲ୍‌ ଗେଟ୍ସ । ତାଙ୍କର ସୌମ୍ୟ ସାଧାରଣ ରୂପକୁ ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ ଯେ ସେ ଏଭଳି ବି କାମ କରୁଥିଲେ । ହେଲେ ମାଇକ୍ରୋସପ୍ଟ କମ୍ପାନିରେ କାମ କରୁଥିବା କେତେକ କର୍ମଚାରୀ ଓ ତାଙ୍କ ବାୟୋଗ୍ରାଫର ବିଲ୍‌ ଗେଟ୍ସଙ୍କ ଜୀବନର ରହସ୍ୟ ଉଦ୍‌ଘାଟନ କରିଛନ୍ତ । କେହି ଭାବି ପାରିବେ ନାହିଁ ଯେ ବିଲ୍‌ ଗେଟ୍ସ ବିଳମ୍ବିତ ରାତିରେ ଅଫିସକୁ ଲୋକାଲ ନାଇଟ କ୍ଲବ ଡ୍ୟାନ୍ସରଙ୍କୁ ଡାକି କରୁଥିଲେ ନ୍ୟୁଡ୍‌ ପାର୍ଟି ।

bill gates.
photo credit: six pages

ବିଜିନେସ୍‌ ଇନ୍‌ସାଇଡର ର ଏକ ରିପୋର୍ଟ ଅନୁଯାୟ, ବିଲ୍‌ ଗେଟ୍ସ ତାଙ୍କର ପ୍ରାରମ୍ଭିକ ଦିନରେ ଅର୍ଥାତ ୮୦ ଓ ୯୦ ଦଶକରେ ପାର୍ଟି କରିବାରେ ବହୁତ ମସ୍‌ଗୁଲ ରହୁଥିଲେ । ଏପରିକି ସେ ନିଜ ଅଫିସରେ ରାତିକୁ ନିଜ ସାଙ୍ଗମାନଙ୍କୁ ଡାକୁଥିଲେ ଓ ଲୋକାଲ ନାଇଟ୍‌ କ୍ଲବର ଡ୍ୟାନ୍ସରଙ୍କୁ ଡାକି ନ୍ୟୁଡ୍‌ ଡ୍ୟାନ୍ସ ପାର୍ଟି କରୁଥିଲେ । ଏହାଛଡା ବିଲ୍‌ ଗେଟ୍ସଙ୍କୁ ଏହି ଡ୍ୟାନ୍ସରମାନଙ୍କ ସହ ସୁଇମିଂ ପୁଲ୍‌ ରେ ନ୍ୟୁଡ ହୋଇ ଗାଧୋଇବାକୁ ପସନ୍ଦ ଥିଲା ।

ଏମାନଙ୍କ ସହ ପାର୍ଟିରେ ମଦ ପିଇବା ଏକ ସାଧାରଣ କଥା ଥିଲା । ଏପରି ଖବର ପ୍ରକାଶ କରିଛନ୍ତି ତାଙ୍କର ବାୟୋଗ୍ରାଫର ଜେମ୍‌ସ ଓ୍ଵାଲ୍‌ସ ।
ବିଜିନେସ ଇନ୍‌ସାଇଡର ରିପୋର୍ଟ ଅନୁଯାୟୀ ବିଲ୍‌ ଗେଟ୍‌ସ ତାଙ୍କ ଅଫିସରେ ଯେଉଁ ହରକତ କରୁଥିଲେ ସେ ସବୁକୁ ସଫା କରି ତାଙ୍କ ଇମେଜ ବଜାୟ ରଖିବା ପାଇଁ ତାଙ୍କ ପିଆର୍‌ ଟିମ୍‌କୁ ବହୁତ ପରିଶ୍ରମ କରିବାକୁ ପଡ଼ୁଥିଲା ।

୧୯୮୮ରେ ବିଲ୍‌ ଗେଟସ ଯେବେ ଏକ ଅନ୍ତରାଷ୍ଟ୍ରୀୟ ସେଲ୍ସ ମିଟିଂ ପାଇଁ ଆସିଥିଲେ ସେତେବେଳେ ସେ ଫ୍ରାନ୍ସିସ୍‌ ଆଲ୍ପସ୍‌ ରେ ଏକ ରିସୋର୍ଟ ବୁକିଂ କରି ପାର୍ଟି କରିଥିଲେ । ସେଠାକୁ ସେ ହେଲିକପ୍ଟର ଯୋଗେ ଆସିଥିଲେ । ରାତିରୁ ସକାଳ ଯାଏ ମଦ ପାର୍ଟି ଚାଲିଥିଲା । ସକାଳେ ବିଲ୍‌ ଗେଟ୍ସ ଜଣେ ମହିଳା କର୍ମଚାରୀଙ୍କ ଉପରେ ଶୋଇଥିବାର ଦେଖିବାକୁ ମିଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.