ପ୍ରେମିକା ହୋଇ ଜହ୍ନକୁ ଯିବାକୁ ଚାହୁଁଚନ୍ତି କି? ଜାନୁଆରୀ ୧୭ ତାରିଖ ମଧ୍ୟରେ ଆବେଦନ କରନ୍ତୁ, ଏସୁବିଧା କେବଳ ୨୦ ବର୍ଷରୁ ଉର୍ଦ୍ଧ୍ବ ଯୁବତୀମାନଙ୍କ ପାଇଁ

ସାଧାରଣତଃ  ପ୍ରେମିକଟିଏ ତା ପ୍ରେମିକାର ମନ ରଖିବାକୁ ଯାଇ ଜହ୍ନ ଆଣିଦେବା ଭଳି ପ୍ରତିଶୃତି ଦେଇଥାଏ। କିନ୍ତୁ ଜାପାନର ଜଣେ କୋଟିପତି ତାଙ୍କ ଗାର୍ଲଫ୍ରେଣ୍ଡ ହେବା ପାଇଁ ଏକ ଏଭଳି ଅଫରର ଘୋଷଣା କରିଛନ୍ତି ଯାହାକୁ ଯେ କେହିବ ଶୁଣିବ ତାଜୁବ ହୋଇଯିବ।  ସୋସିଆଲ ମିଡିଆରେ ଜାପନର ଏକ ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି । ଜାପାନର ବିଶିଷ୍ଟ କୋଟି ପତି ୟୁସାକୁ ମୋଇଜାୱା ଏହି ବିଜ୍ଞାପନ ପୋଷ୍ଟ କରିଥିବାର ଜଣାପଡିଛି। ଏଥିରେ ଲେଖାଅଛି ଯେ ‘ଯଦି ଆପଣ ସୁନ୍ଦରୀ ତରୁଣୀ ଅଟନ୍ତି ଓ ଆପଣଙ୍କ ବୟସ ୨୦ବର୍ଷରୁ ଉର୍ଦ୍ଧ୍ବ ତେବେ ଆପଣ  ତୁରନ୍ତ ୧୭ ଜାନୁଆରୀ ମଧ୍ୟରେ ୟୁସାକୁଙ୍କ ଗାର୍ଲଫ୍ରେଣ୍ଡ ହେବା ପାଇଁ ଅନଲାଇନରେ ଆବେଦନ କରନ୍ତୁ’ ।

इस अरबपति को चाहिए गर्लफ्रेंड, ले जाएगा चांद की लॉन्ग ड्राइव पर

 

ଏହି ବିଜ୍ଞାପନର ସତ୍ୟତା ପ୍ରମାଣିତ କରିବାକୁ ଯାଇ ୟୁସାକୁ କହିଛନ୍ତି ଯେ ସେ ଏକ ୨୦ ବର୍ଷରୁ ଉର୍ଦ୍ଧ୍ବ ବୟସର ଗାର୍ଲଫେଣ୍ଡ ଖୋଜୁଛନ୍ତି ଯାହାକୁ ନେଇ ସେ ଜହ୍ନକୁ ଯିବାପାଇଁ ଚାହୁଛନ୍ତି। ଯେଉଁ ଯୁବତୀ ଜୀବନରେ ଐଶ୍ ଆରମରେ ବଞ୍ଚିବାକୁ ଚାହୁଁଛନ୍ତି ଓ ଜହ୍ନରେ ପ୍ରଥମ ମହିଳା ଭାବେ ପାଦ ରଖିବାକୁ ଚାହୁଛନ୍ତି ତେବେ ସେମାନେ ଏଥିପାଇଁ ଆବେଦନ କରିପାରିବେ। ଏହି ଆବେଦନର ଶେଷ ତାରିଖ ଜାନୁଆରୀ ୧୭କୁ ରଖାଯାଇଥିବାର ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରାଯାଇଛି।

ତେବେ କିଏ ଏହି କୋଟିପତି ଓ କାହିଁକି ସେ ଏମିତି ଅଫର ଘୋଷଣା କରିଛନ୍ତି ଆସନ୍ତୁ ଜାଣିବା। ୪୪ ବର୍ଷିୟ ୟୁସାକୁ ମୋଇଜାୱା ହେଉଛନ୍ତି ଜାପାନର ଜଣେ ବିଶିଷ୍ଟ କୋଟିପତି । ପୂର୍ବରୁ ତାଙ୍କର ଅନଲାଇନ ଫ୍ୟାସନ କମ୍ପାନୀ ଥି୍‌ଲା । ଯାହାକୁ ଗତ ବର୍ଷ ବିକ୍ରି କରିଦେଇଛନ୍ତି। ଆହୁରୀ ମଧ୍ୟ ୟୁସାକୁ ମୋଇଜାୱା ମହଙ୍ଗା କଳାକୃତିକୁ କିଣିବା ନେଇ ବିଶ୍ବ ବିଖ୍ୟାତ ଅଛନ୍ତି। ୟୁସାକୁ କିଛି ବର୍ଷ ତଳେ ଜାପାନର ଅଭିନେତ୍ରୀଙ୍କୁ ବିବାହ କରିଥିଲେ। ତାଙ୍କର ତିନୋଟି ସନ୍ତାନ ଥିବା ଜଣା ପଡିଛି। କିଛି ଦିନ ହେବ ତାଙ୍କ ଗାର୍ଲଫ୍ରେଣ୍ଡ ସହିତ ବ୍ରେକଅପ୍ ହୋଇଯାଇଛି। ଯେଉଁଥିପାଇଁ ସେ ଏକା ହୋଇଯାଇଛନ୍ତି ଏଥିପାଇଁ ସେ ଏକଗାର୍ଲଫ୍ରେଣ୍ଡ ଖୋଜୁଥିବାର କହିଛନ୍ତି।

इस अरबपति को चाहिए गर्लफ्रेंड, ले जाएगा चांद की लॉन्ग ड्राइव पर

ୟୁସାକୁ  ଆଗାମୀ  ୨୦୨୩ରେ ଜହ୍ନ ମିଶନରେ ଯିବେ ବୋଲି ଜଣା ପଡିଛି । ଏଥିପାଇଁ ସେ ଏବେଠାରୁ ଗାର୍ଲଫ୍ରେଣ୍ଡ ଆବଶ୍ୟକତାର ବିଜ୍ଞାପନ ଜାରି କରି ସୋସିଆଲ ସାଇଟରେ ପୋଷ୍ଟ କରିଛନ୍ତି। ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ୟୁସାକୁ ଫାଇନାଲ ଗାର୍ଲଫ୍ରେଣ୍ଡକୁ ଚୟନ କରିବେ ଓ ତାଙ୍କୁ ଧରି ୨୦୨୩ରେ ଜହ୍ନ ମିଶନରେ  ଯିବେ ବୋଲି ଜଣା ପଡିଛି।  ଏବେ ଦେଖିବାକୁ ବାକି ରହିଲା ୟୁସାକୁଙ୍କ ସହିତ ଜହ୍ନକୁ ଯିବା ପାଇଁ କେଉଁ ଝିଅର ଭାଗ୍ୟ ଫିଟୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.