ଦେଶର ୯ ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ, ସାବଧାନତା ଅବଲମ୍ବନ କରିବାକୁ ସରକାର ନିର୍ଦ୍ଦେଶ

ଦେଶରେ ମାଡି ଚାଲିଛି ବାର୍ଡ ଫ୍ଲୁ । ୯ ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟରେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି । କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିଆଣା, ଗୁଜରାଟ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଆଜି ଝାଡଖଣ୍ଡରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ।

କିଛି ରାଜ୍ୟର ଚିଡ଼ିଆଖାନାରୁ କୁକୁଡା ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହିମାଚଳ ପ୍ରଦେଶରେ ୪ ହଜାର ୨୩୫ ପକ୍ଷୀ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ର ପରଭଣି ଓ ଲାତୁରରେ ମାମଲା ଚିହ୍ନଟ ପରେ ୧ କିଲୋମିଟର ଭିତରେ ଥିବା ପକ୍ଷୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.