ପୁଣି ବାର୍ଡ ଫ୍ଲୁ ଆତଙ୍କ : ମଣିଷ ଜୀବନ ନେଲା ବାର୍ଡ ଫ୍ଲୁ, ବିଶ୍ବରେ ପ୍ରଥମ ଘଟଣା

ପୁଣି ବାର୍ଡ ଫ୍ଲୁ ଆତଙ୍କ । ମଣିଷ ଜୀବନ ନେଲା ବାର୍ଡ ଫ୍ଲୁ । ଯାହାକି ବିଶ୍ବରେ ପ୍ରଥମ ଘଟଣା । ଜଣେ ବାର୍ଡଫ୍ଲୁ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ମେକ୍ସିକୋ ସିଟିର ଜଣେ ୫୯ ବର୍ଷୀୟ ବକ୍ତି ଗତ ଏପ୍ରିଲ ମାସରେ ବାର୍ଡଫ୍ଲୁରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ଦେଇଛି who । ବ୍ୟକ୍ତି ଜଣଙ୍କ ଠାରେ ଅନେକ ରୋଗର ଲକ୍ଷଣ ରହିଥିଲା । ନିଶ୍ବାସ ନେବାରେ ଅସୁବିଧା, ଜ୍ବର, ଡାଇରିଆ ଏବଂ ଶ୍ବାସ ଜନିତ ଲକ୍ଷଣ ଦେଖା ଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମନୁଷ୍ୟ କ୍ଷେତ୍ରରେ H5N2 ଭୁତାଣୁ ଦ୍ବାରା ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି ।