ସାତବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ସଫଳତା…

ଫେବୃଆରୀ ୨୦ରେ ଅନୁଷ୍ଠିତ ହୋଇଯାଇଛି ବାର୍ଷିକ ମୁମ୍ବାଇ ବାର୍ଡ ରେସ । ଏଥିରେ ମୁମ୍ବାଇ ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ ସାତବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ସଫଳତା ମିଳିଛି । ଏହି ବର୍ଡ ରେସରେ ସର୍ବାଧିକ ପ୍ରଜାତିର ପକ୍ଷୀ ଦେଖାଯାଇଛି । ପ୍ରାୟ ୩୫୦ପକ୍ଷୀଙ୍କ ଭିତରେ ୨୫୦ ବିଭିନ୍ନ ପ୍ରଜାତିର ପକ୍ଷୀ ୬୦ଟି ଦଳ ଭାବେ ଦେଖାଯାଇଥିଲା । ୨୦୨୦ଓ ୨୦୨୧ରେ ଏହା ସର୍ବନିମ୍ନ ଥିଲା । ଯେତେବେଳେ ପ୍ରଥମ ଥର ପାଇଁ ୨୦୦ରୁ କମ ପ୍ରଜାତିରୁ ତଳକୁ ଖସିଥିଲା ଏହି ସଂଖ୍ୟା ।

ପ୍ରକୃତିବାଦୀ ତଥା ଲେଖକ ଓ ଏହାର ଆୟୋଜକ ସଞ୍ଜୟ ମୋଙ୍ଗା ସୂଚନା ଦେଇଛନ୍ତି କି ଚଳିତବର୍ଷ ଆମର ଜବରଦସ୍ତ ଅଂଶଗ୍ରହଣ ହୋଇଥିଲା । କିଛି ଟା ଅଂଶୀଦାର ଯଦିଓ ହୋଇପାରିଲା ନାହିଁ କିନ୍ତୁ ଫଳାଫଳ ଉଲ୍ଲେଖନୀୟ ଅଟେ । ବିଗତ ଦୁଇବର୍ଷ ମଧ୍ୟରେ ପ୍ରଜାତିଙ୍କ ସଂଖ୍ୟା କାହିଁକି ହ୍ରାସ ପାଇଛି ତାହା କହିବା କଷ୍ଟସାଧ୍ୟ । ହୁଏତ ଏହା ଲକଡାଉନ ପାଇଁ ହୋଇପାରେ । ବୁଲିବାରେ ସତର୍କତା ଅବା ଚଳିତ ବର୍ଷର ପାଗ ହେତୁ ଏହା ହୋଇପାରେ । କିନ୍ତୁ ଗରମ ଦିନ ଗୁଡିକ ଆଗମନକୁ ବୃଦ୍ଧି କରିଛି ।

ଏମାନେ ମୁରୁଦ, ଜାନଜୀରା ପର୍ଯ୍ୟନ୍ତ ମନୋର ଏବଂ କେଲୱେ ମହୀମ ଉପକୂଳ, ବିକ୍ରମଗଡ କଲ୍ୟାଣ ବାରବି ଡ୍ୟାମ ଡୋମ୍ବିଭଲି ଏବଂ ପୂର୍ବରେ ସାହିଦ୍ରି ପାହାଡର ସୀମା ପର୍ଯ୍ୟନ୍ତ ଲମ୍ବିଥିଲେ ।

ମୋଙ୍ଗା କହିଛନ୍ତି କି ଏକ ନିଆରା ଢଙ୍ଗରେ ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରୁ ଉତ୍ସାହୀ ପକ୍ଷୀ ଦଳ ଅଂଶଗ୍ରହଣ କରିଥିଲେ । ଏବଂ ଆଶା କରାଯାଏ ଯେ ଆଗାମୀ ବର୍ଷ ପାଇଁ ଏହା ଏକ ପ୍ରେରଣାଦାୟୀ ହେବ ।

ପୂର୍ବ ବର୍ଷ ପରି ଶାଗୁଣାଙ୍କର କୌଣସି ରିପୋର୍ଟ ନାହିଁ । ଲାର୍କ କାଠପ୍ୟାକର, ଅଧିକାଂଶ ଗ୍ରାଉଣ୍ଡ ପକ୍ଷୀ, ରାପ୍ଟର ଏବଂ ଅନ୍ୟ କେତେକଙ୍କ ମଧ୍ୟରେ ବ୍ଲାକ ରୋଡଷ୍ଟାର୍ଟ, ଆଶି କୋଡୱାଲ୍ଲୋ ଭଳି ନିର୍ଦ୍ଧିଷ୍ଟ ପ୍ରଜାତିର ପକ୍ଷୀଙ୍କ ସମ୍ପର୍କରେ କୌଣସି ରିପୋର୍ଟ ନାହିଁ । କିନ୍ତୁ ସବୁଠୁ ଅଧିକ ଦେଖାଯାଉଥିବା ପ୍ରଜାତି ମଧ୍ୟରେ ହାଉସ କ୍ରୋ, ରେଡ ଭେଣ୍ଟେଡ, ବୁଲବୁଲ, ପଣ୍ଡ ହେରନ, କ୍ୟାଟଲ ଇଗ୍ରେଟ, ଇଣ୍ଡିଆନ କର୍‌ମୋରାଣ୍ଟ, ବ୍ଲୁ ରକ ପିଜିଅନ, ହାଉସ ସ୍ପାରୋ, ଏସିଆନ କୋଏଲ, ବ୍ଲକା କିଟ, କପର୍ସମିଥ, ବାର୍ବେଟ, କମନ ମାଇନା, ଗ୍ରୀନ ବି, ପର୍ପଲ ରମ୍ପଡ ସନବାର୍ଡ । ଏସବୁ ପ୍ରଜାତିଙ୍କ ଛଡା ଅସ୍ୱାଭାବିକ ଭାବରେ ଦେଖାଯାଇଥିବା କେତୋଟି ପ୍ରଜାତି ମଧ୍ୟରେ ଇଉରାସିଆନ ରାଇନାକ, ନୀଳଗିରି କାଠକପୋତ, ଫରେଷ୍ଟ ୱାଗଟେଲ, ବ୍ଲାକ ବୁଲବୁଲ, ଇଣ୍ଡିଆ ବ୍ଲୁ ରବିନ ରହିଥିବା କହିଛନ୍ତି ଆୟୋଜକ ।

ମୋଙ୍ଗା ଆଶ୍ଚର୍ଯ୍ୟ ହୋଇ କହିଛନ୍ତି କି ଅନେକ ବିରଳ ପ୍ରଜାତି ଗୁଡିକ କେତେକ ଅପରିଷ୍କାର ସ୍ଥାନଗୁଡିକରେ ବସିବା ଆରମ୍ଭ କଲେ । ଯେତେବେଳେ କି ବିଭିନ୍ନ ପ୍ରଜାତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେ ଗୁରୁତ୍ୱାରୋପ କରିଛନ୍ତି କି ପକ୍ଷୀ ସ୍ଥାନ ଗୁଡିକ ହଜିଯାଉଛି ଯେମିତିକି ଆର୍ଦ୍ରଭୂମି, ଖୋଲାସ୍ଥାନ ଇତ୍ୟାଦି ଯାହା ଏକ ଚିନ୍ତାର ବିଷୟ ।

ଭରତରେ ଏହି ପକ୍ଷୀ ଦୌଡ ଆୟୋଜନ ପ୍ରାୟ ୧୨ଟି ସହରରେ ହୋଇଥାଏ । ଜାନୁଆରୀ ୨୦୨୨ରେ ଗୁଜୁରାଟରେ ଫାଷ୍ଟ ପ୍ୟାନ ଷ୍ଚେଟ ଅନୁଷ୍ଠିତ ହୋଇଥିଲା । ଦେଶର ଅନ୍ୟାନ୍ୟ ସ୍ଥାନରେ ଏମିତିକି ଅଧିକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଯୋଜନା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.