ଦେଶ ବିଦେଶ

ଜନ୍ମ ପ୍ରମାଣପତ୍ରରେ ହୋଇଯିବ ସବୁ କାମ, ୧ ଅକ୍ଟୋବରରୁ ଲାଗୁ ହେବ ନୂଆ ନିୟମ

ଜନ୍ମ ପ୍ରମାଣପତ୍ରକୁ ନେଇ ଅକ୍ଟୋବରରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଅକ୍ଟୋବର ୧ ତାରିଖରୁ ଜନ୍ମ ସାର୍ଟିଫିକେଟକୁ ସିଙ୍ଗଲ ଡକ୍ୟୁମେଣ୍ଟ ରୂପେ ବ୍ୟବହାର କରାଯିବ । କେନ୍ଦ୍ର ସରକାର ଏହି ବିଲ୍‌କୁ ସଂସଦର ମୌସୁମୀ ଅଧିବେଶନ ସମୟରେ ପାସ୍‌ କରିଥିଲେ । ଏହାକୁ ନେଇ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ତରଫରୁ ନୋଟିଫିକେସନ ଜାରି କରାଯାଇଛି ।

ଏହି ନିୟମ ଲାଗୁ ହେବା ପରେ ଆପଣଙ୍କୁ ଅନ୍ୟ କୌଣସି ଡକ୍ୟୁମେଣ୍ଟର ଆବଶ୍ୟକତା ପଡିବ ନାହିଁ । ଜନ୍ମ ସାର୍ଟିଫିକେଟରେ ଆପଣଙ୍କର ସବୁ କାମ ହୋଇଯିବ । ସ୍କୁଲରେ ଆଡମିସନ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ଏବଂ ଆଧାର କରିବା ସହିତ ଅନ୍ୟ ସବୁ କାମ ଜନ୍ମ ସାର୍ଟିଫିକେଟ ଦ୍ୱାରା କରିପାରିବେ । ପିଲାର ଜନ୍ମ ପ୍ରମାଣପତ୍ରକୁ ବାପା ମାଙ୍କ ଆଧାର କାର୍ଡ ସହିତ ଲିଙ୍କ କରାଯିବ । ଫଳରେ ସବୁକାମ ସହଜରେ ହୋଇପାରିବେ ।

ହସପିଟାଲ ସମେତ ସମସ୍ତ ସରକାରୀ କାର୍ଯ୍ୟରେ ଏହାକୁ ବ୍ୟବହାର କରିପାରିବେ । ଜନ୍ମ ମୃତ୍ୟୁର ରେକର୍ଡକୁ ମ୍ୟାନେଜ କରିବା ପାଇଁ ସରକାର ଏକ ଡାଟା ବେସ୍‌ ପ୍ରସ୍ତୁତ କରିବେ । ମୌସୁମୀ ଅଧିବେଶନରେ ସଂସଦର ଦୁଇ ସଦନରୁ ଏହି ବିଲ୍‌କୁ ମଞ୍ଜୁରୀ ମିଳିଛି । ରେଜିଷ୍ଟ୍ରେସନ ଅଫ ବର୍ଥ ଆଣ୍ଡ ଡେଟ୍‌(ଆମେଣ୍ଡମେଣ୍ଟ) ବିଲ୍‌ ୨୦୨୩ ଲୋକସଭାରେ ଏକ ଅଗଷ୍ଟରେ ଏବଂ ରାଜ୍ୟସଭାରେ ୭ ଅଗଷ୍ଟରେ ପାସ୍‌ ହୋଇଥିଲା ।

ଜାଣନ୍ତୁ କେମିତି ଅନଲାଇନ ବର୍ଥ ସାର୍ଟିଫିକେଟ୍‌ ପାଇଁ ଆପ୍ଲାଏ କରିବେ ?

ସର୍ବପ୍ରଥମେ ଆପଣଙ୍କୁ https://crsorgi.gov.in/web/index.php/auth/login ୱେବସାଇଟକୁ ଯିବାକୁ ହେବ।

ଏଠାରେ ଆପଣଙ୍କୁ ବାର୍ଥ ସାର୍ଟିଫିକେଟର ବିକଳ୍ପ ଦେଖାଯିବ। ଏହା ଉପରେ କ୍ଲିକ କରିବାକୁ ହେବ।

ଏହାପରେ ଆପଣଙ୍କୁ ବାର୍ଥ ସାର୍ଟିଫିକେଟ୍‌ ପାଇଁ ଏକ ରେଜିଷ୍ଟ୍ରେସନ୍‌ ଫର୍ମ ଦେଖାଯିବ, ଯାହା ଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ।

ଏବେ ଆପଣଙ୍କୁ କିଛି ଡିଟେଲ୍ସ ଭରିବାକୁ ହେବ। ଏହାପରେ ଆପଣଙ୍କ ଆଇଡି ତିଆରି ହୋଇଯିବ।

ଏହାସହିତ ଏକ ପାସଓ୍ଵାର୍ଡ ବି ତିଆରି ହେବ ଯେଉଁ ପାସଓ୍ଵାର୍ଡ ସାହାଯ୍ୟରେ ଆପଣ ସାଇଟରେ ଲଗଇନ୍‌ କରିପାରିବେ।

ଏହି ଆଇଡି ପାସଓ୍ଵାର୍ଡ ଜରିଆରେ ଆପଣଙ୍କୁ ୱେବସାଇଟରେ ଲଗଇନ୍‌ କରିବାକୁ ହେବ।

ଏହାପରେ ଆପଣଙ୍କୁ ନିଜ ପିଲାର ଡିଟେଲ୍ସ ଭରିବାକୁ ହେବ। ସବୁକୁ ଭଲଭାବେ ଚେକ୍‌ କରନ୍ତୁ ଏବଂ ସବମିଟ୍‌ କରିଦିଅନ୍ତୁ।

ଯେମିତି ହିଁ ଫର୍ମ ସବମିଟ୍‌ ହୋଇଯିବ ଆପଣଙ୍କ ପାଖକୁ ଏକ କନଫରମେସନ୍‌ ମେସେଜ୍‌ ଆସିବ। ଏହି ମେସେଜ୍‌ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଆସିବ।

ଏହାପରେ ୭ ରୁ ୮ ଦିନ ଭିତରେ ଆପଣଙ୍କ ପିଲାର ବାର୍ଥ ସାର୍ଟିଫିକେଟ ଆପଣଙ୍କୁ ମିଳିଯିବ। ଧ୍ୟାନ ରଖନ୍ତୁ ଏହି ତରିକା ପିଲା ଜନ୍ମ ହେବାର ୨୧ ଦିନ ଭିତରେ ହିଁ କାମ କରିବ।

Swagatika

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

13 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

23 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

32 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

48 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

57 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago