ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ସ୍ୱାଇନ୍‌ ଫ୍ଲୁ , ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଦିଲ୍ଲୀ(କେନ୍ୟୁଜ୍) : ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ସ୍ୱାଇନ୍‌ ଫ୍ଲୁ । ଦିଲ୍ଲୀ ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଛି । ଏନେଇ ସେ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଅସୁସ୍ଥତା କାରଣରୁ ଅମିତ ଶାହଙ୍କ ଆସନ୍ତାକାଲି ଓଡ଼ିଶା ଗସ୍ତକୁ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି । ଆସନ୍ତାକାଲି କଟକ ସାଲେପୁରରେ ପାର୍ଟି କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ଆସିଥାନ୍ତେ ଅମିତ ଶାହ ।