ନିଜ ବିଧାୟକଙ୍କ ସହ ରାଜଘାଟ ଯାଇଥିଲେ ଅରବିନ୍ଦ କେଜରିଓ୍ଵାଲ; ତ କିଛି ସମୟ ପରେ ଗଙ୍ଗାଜଳ ଛିଞ୍ଚି ବିଜେପି କଲା ‘ଶୁଦ୍ଧିକରଣ’!

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଅଗଷ୍ଟ ୨୫ରେ ନିଜ ବାସଭବନରେ ବିଧାୟକମାନଙ୍କର ବୈଠକ ଡକାଇଥିଲେ। ବୈଠକ ପରେ ସିଏମ୍‌ କେଜରିଓ୍ଵାଲ ୫୦ରୁ ଅଧିକ ଆପ୍‌ ବିଧାୟକଙ୍କ ସହ ରାଜଘାଟ ଯାଇଥିଲେ। ସେଠାରେ ସମସ୍ତେ ମହାତ୍ମା ଗାନ୍ଧୀଙ୍କ ସ୍ମାରକ ନିକଟରେ ପ୍ରାର୍ଥନା କରିଥିଲେ। ଆପ୍‌ ବିଧାୟକମାନେ ରାଜଘାଟରୁ ଫେରିବା ପରେ ବିଜେପି ନେତାମାନେ ବାପୁଙ୍କ ସମାଧି ସ୍ଥଳରେ ପହଞ୍ଚି ଗଙ୍ଗାଜଳ ସିଞ୍ଚନ କରିଥିଲେ।

ବିଜେପି ଅଭିଯୋଗ କରିଛି ଯେ ମହାତ୍ମା ଗାନ୍ଧୀଙ୍କ ସ୍ମାରକ ‘ରାଜଘାଟ’ ଯାଇ ଅରବିନ୍ଦ କେଜରିଓ୍ଵାଲ ସେହି ଜାଗାକୁ ଅପବିତ୍ର କରିଛନ୍ତି। ଏଥିପାଇଁ ଏହାକୁ ଶୁଦ୍ଧ କରିବା ନିମନ୍ତେ ସେଠାରେ ଆମେ ଗଙ୍ଗାଜଳ ସିଞ୍ଚନ କରିଛୁ। ଆମ୍‌ ଆଦ୍‌ମୀ ପାର୍ଟିର ନେତାମାନେ ଫେରିବା ପରେ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ରାଜଘାଟ ପହଞ୍ଚିଥିଲେ ଏବଂ ସେଠାରେ ଗାନ୍ଧୀ ସ୍ଥଳକୁ ଶୁଦ୍ଧ କରିବା ପାଇଁ ଗଙ୍ଗାଜଳ ସିଞ୍ଚନ କରିଥିଲେ।

ବିଜେପି ୟୁଥ୍‌ ଓ୍ଵିଙ୍ଗ୍‌ ନେତା ଅଭିମନ୍ୟୁ ତ୍ୟାଗୀ କହିଛନ୍ତି, ଆପ୍‌ ନିଜକୁ ବଞ୍ଚେଇବା ଚେଷ୍ଟାରେ ମଦ ବିକି ଏବଂ ବାପୁଙ୍କ ନାଁକୁ ବ୍ୟବହାର କରି ପଇସା କମାଉଛି। ଦଳ ଘୋଟାଲା କରୁଛି। ସେମାନଙ୍କୁ ବୁଝିବାର ଥିଲା ଯେ ବାପୁ ମଦ ବିରୋଧୀ ଥିଲେ। ଏହି କାରଣରୁ ଆମେ ଗଙ୍ଗା ଜଳ ସିଞ୍ଚନ କଲୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.