ଜେପି ନଡ୍ଡାଙ୍କ ନେତୃତ୍ୱରେ ବିଜେପି ଲଢିବ ୨୪ ଲୋକସଭା ନିର୍ବାଚନ, ୨୦୨୪ ପର୍ଯ୍ୟନ୍ତ ରହିବେ ବିଜେପି ସଭାପତି

କେନ୍ୟୁଜ୍‌(ବ୍ୟୁରୋ): ବଢିଲା ବିଜେପି ରାଷ୍ଟ୍ରିୟ ସଭାପତିଙ୍କ କାର୍ଯ୍ୟକାଳ । ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢିଛି । ଦଳ ତରଫରୁ ତାଙ୍କ କାର୍ଯ୍ୟକାଳକୁ ବଢାଇବା ନେଇ ନିଷ୍ପତି ନିଆଯାଇଛି । ଜୁନ ୨୦୨୪ ପର୍ଯ୍ୟନ୍ତ ନଡ୍ଡା ବିଜେପିର ମଙ୍ଗ ସମ୍ଭାଳିବେ । ଏହା ସ୍ପଷ୍ଟଯେ ନଡ୍ଡାଙ୍କ ନେତୃତ୍ୱରେ ବିଜେପି ୨୪ ମହାସମର ଲଢିବ ।
ଗୃହମନ୍ତ୍ରୀ ଅମିତ ଶାହା ବିଜେପିର ରାଷ୍ଟ୍ରିୟ କାର୍ଯ୍ୟକାରିଣୀରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ରାଜନାଥ ସିଂଙ୍କ ଦ୍ୱାରା ଏହି ପ୍ରସ୍ତାବ ଦିଆଯାଇଥିଲା । ରାଜନାଥଙ୍କ ପ୍ରସ୍ତାବକୁ ଦଳର କାର୍ଯ୍ୟକାରିଣୀ ସମର୍ଥନ ଜଣାଇଥିଲା । ଶାହା ସ୍ପଷ୍ଟ କରିଛନ୍ତି କୋଭିଡ୍‌ କଟକଣା ଯୋଗୁଁ ଦଳର କାର୍ଯ୍ୟକର୍ତ୍ତା ସଂଗ୍ରହ ଅଭିଯାନ ହୋଇପାରି ନାହିଁ । ତେଣୁକରି ପାର୍ଟିର ସଭାପତି ନିର୍ବାଚନ କରିବା ଉଚିତ ହେବନାହିଁ । ଏଥିପାଇଁ ନଡ୍ଡାଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ନିଷ୍ପତି ହୋଇଥିବା ଶାହା କହିଥିଲେ ।

ଶାହା କହିଛନ୍ତି ନଡ୍ଡାଙ୍କ ନେତୃତ୍ୱରେ ଦଳ ବିହାର ଓ ମହାରାଷ୍ଟ୍ରରେ ଭଲ ପ୍ରଦର୍ଶନ କରିଛି । ସେହିପରି ଉତ୍ତରପ୍ରଦେଶ ଓ ବିହାରରେ ବହୁମତ ହାସଲ କରିଥିବା ବେଳେ ପଶ୍ଚିମବଙ୍ଗରେ ଭୋଟ ସଂଖ୍ୟା ବଢିଥିବା କହିଥିଲେ । ୨୪ ଲୋକସଭା ନିର୍ବାଚନରେ ନଡ୍ଡାଙ୍କ ନେତୃତ୍ୱରେ ଦଳ ପୁଣିଥରେ ଆହୁରି ଅଧିକ ବହୁମତ ହାସଲ କରିବ ବୋଲି ଶାହାଙ୍କ ଦୃଢକ୍ତି । ଶାହା ଏହାମଧ୍ୟ କହିଛନ୍ତି ୨୪ ଲୋକସଭା ନିର୍ବାଚନରେ ନଡ୍ଡାଙ୍କ ନେତୃତ୍ୱରେ ୧୯ର ରେକର୍ଡ ଭାଙ୍ଗିବ ଏନଡିଏ ।

Leave A Reply

Your email address will not be published.