ଆସିଲା ଉପନିର୍ବାଚନ ଫଳାଫଳ: ବିଜେପିର ଶୋଚନୀୟ ପରାଜୟ, ଦବଦବା ଦେଖାଇଲେ ଅନ୍ୟ ଦଳ

ଦେଶରେ ଗୋଟିଏ ଲୋକସଭା ଓ ଚାରି ବିଧାନସଭା ସିଟ ପାଇଁ ହୋଇଥିବା ଉପନିର୍ବାଚନରେ ଚାରି ଗୋଟି ସିଟର ଫଳାଫଳ ଆସିଯାଇଛି । ଚାରିଟି ସିଟରେ ବିଜେପି ଆଶାୟୀ ମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । ପଶ୍ଚିମ ବଙ୍ଗର ଆସାନସୋଲ ଲୋକସଭା ସିଟରୁ ଶତ୍ରୁଘ୍ନ ସିଂହା ଓ ବାଲିଗଞ୍ଜ ବିଧାନସଭା ସିଟରୁ ବାବୁଲ ସୁପ୍ରିୟୋ ବିଜୟ ଲାଭ କରିଛନ୍ତି । ଯେବେକି ବିହାରର ବୋଚହା ସିଟରୁ ଆମର ପାଶୱାନ ବିଜୟ ଲାଭ କରିଛନ୍ତି । ଯେବେକି

ମହାରାଷ୍ଟ୍ରର କୋଲ୍ହାପୁର ଉତ୍ତର ବିଧାନସଭା ସିଟରୁ କଂଗ୍ରେସ ପ୍ରାର୍ଥୀ ଜୟଶ୍ରୀ ଯାଦବ ୧୮ ହଜାରରୁ ଅଧିକ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିବା ନେଇ ଖବର ମିଳିଛି । ଯେବେକି ଛତିଶଗଡ଼ର ଖେରାଗଡ଼ ବିଧାନସଭା ସିଟରେ ଏବେ ଗଣତି ପ୍ରକ୍ରିୟା ଜାରି ରହିଛି । କହିରଖିବା ଉଚିତ ହେବକି ଚାରି ରାଜ୍ୟର ୫ ଗୋଟି ସିଟରେ ଉପନିର୍ବାଚନ ପାଇଁ ଏପ୍ରିଲ ୧୨ ତାରିଖରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.