ବିଲରୁ ମିଳିଲା ବିଜେପି ନେତାଙ୍କ ମୃତଦେହ

ନୂଆଦିଲ୍ଲୀ : ମର୍ଣ୍ଣିଓ୍ଵାକ୍‌ରେ ଯାଇଥିଲେ ବିଜେପି ନେତା ମନୋଜ ଠାକରେ । ହେଲେ ବିଲ ଭିତରୁ ମିଳିଛି ତାଙ୍କ ମୃତଦେହ । ମଧ୍ୟପ୍ରଦେଶ ବରବାନି ଜିଲ୍ଲା ବଲବାଡ଼ିରେ ଏହି ଘଟଣା ଘଟିଛି । ଓ୍ଵାରଲା ଥାନା ଅଞ୍ଚଳରେ ମନୋଜଙ୍କ ଘର । ସେ ସକାଳେ ମର୍ଣ୍ଣିଂଓ୍ଵାକ୍‌ ପାଇଁ ଯାଇ ଆଉ ଫେରି ନଥିଲେ । ତାଙ୍କର ମୃତଦେହ ବିଲ ଭିତରେ ପଡ଼ିଥିବା ଦେଖା ଯାଇଥିଲା । ତେବେ ତାଙ୍କ ମୃତ୍ୟୁ ସ୍ୱାଭାବିକ ନା ତାଙ୍କୁ ହତ୍ୟା କରାଯାଇଛି ସେକଥା ସ୍ପଷ୍ଟ ହୋଇନାହିଁ । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।
ଏହା ପୂର୍ବରୁ ଗତ ଗୁରୁବାର ଦିନ ମନ୍ଦସୋର ଠାରେ ବିଜେପି ନେତା ପ୍ରହ୍ଲାଦ ବନ୍ଧବାରଙ୍କୁ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ବାଇକ୍‌କୁ ସେଠାରେ ଛାଡ଼ି ଦୌଡ଼ି ପଳାଇଥିଲେ ।