ଭଲ କରିପାରିଲେନି ପୁଅର ରୋଗ, ପରିବାରର ସମସ୍ତଙ୍କୁ ବିଷ ଦେଇ ଆତ୍ମହତ୍ୟା କଲେ ବିଜେପି ନେତା

ମଧ୍ୟପ୍ରଦେଶର ବିଦିଶା ସହରରେ ବିଜେପି ନେତା ସଂଜୀବ ମିଶ୍ର ପରିବାରକୁ ବିଷ ନେଇ ନିଜେ ଆତ୍ମହତ୍ୟା କରିଛନ୍ତି । ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ରୁମରୁ ଏକ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ନିଜ ପିଲାଙ୍କ ରୋଗ ବିଷୟରେ ଉଲ୍ଲେଖ କରାଯାଇଛି । ଖବର ମୁତାବକ, ସଂଜୀବଙ୍କ ବଡ ପୁଅ ଅନମୋଲ ୮ ବର୍ଷ ହେଲାଣି ମସ୍କୁଲାର ଡିଷ୍ଟ୍ରଫି ରୋଗରେ ପୀଡିତ ଥିଲେ । ଆଉ ଏହି ଦୁଲର୍ଭ ରୋଗ ଯୋଗୁଁ ନିଜ ପରିବାରର ଜୀବନ ନେଇଛନ୍ତି ।

ସୂଚନା ଅନୁସାରେ, ସଂଜୀବ ମିଶ୍ର ଏବଂ ତାଙ୍କ ପତ୍ନୀ ନୀଲମ, ବଡ ପୁଅ ଅନମୋଲ(୧୩) ଏବଂ ସାର୍ଥକ(୭) ଅଚେତ ଅବସ୍ଥାରେ ପଡିଥିଲେ । ସେମାନଙ୍କୁ ତୁରନ୍ତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ ।

ତେବେ ପୁଅ ଦୁହିଁଙ୍କର ଦୁଲର୍ଭ ରୋଗରେ କୌଣସି ଚିକିତ୍ସା ନଥିଲା। ତେଣୁ ରୋଗ ପାଇଁ ନିଜ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବିଜେପି ନେତା ବୋଲି ଜିଲ୍ଲାପାଳ ଉମାଶଙ୍କର ଭାର୍ଗବ କହିଛନ୍ତି । ତେବେ ମୃତଦେ ପାଖରୁ ଏକ ସୁଇସାଇଡ ନୋଟ୍‌ ଜବତ ହୋଇଛି । ଯେଉଁଥିରେ ଲେଖାଯାଇଛି, ନିଜ ପିଲାର ରୋଗ ଭଲ କରିପାରୁନାହିଁ। ତାକୁ ବଞ୍ଚାଇପାରୁନାହିଁ। ତେଣୁ ବଞ୍ଚିବାକୁ ଇଚ୍ଛା ନାହିଁ ।

ରୋଗର ଲକ୍ଷଣ :

ଏହି ରୋଗର ଲକ୍ଷଣ ସାମାନ୍ୟ ନୁହେଁ। ଚାଲିବାକୁ କଷ୍ଟ ହୁଏ, ପିଲାମାନେ ଦୌଡି କିମ୍ବା ଡେଇଁ ପାରନ୍ତି ନାହିଁ। ବାରମ୍ବାର ପଡିଯିବା। ଶୋଇବା ଏବଂ ବସିବାରେ କଷ୍ଟ । ପିଲାର ଦୃଷ୍ଟିଶକ୍ତି କମିଯିବା। ଜଲଦି ଓଜନ ବଢିବା । ମାନସିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ ।

ଉପଚାର : କେବଳ ଫିଜିଓଥେରାପୀ ମାଧ୍ୟମରେ କଣ୍ଟ୍ରୋଲ କରାଯାଏ । ଯନ୍ତ୍ରଣାରୁ ବର୍ତ୍ତିବା ପାଇର୍ ପେନ କିଲର ରୋଗୀକୁ ଦିଆଯାଏ । ହେଲେ ସବୁଦିନ କରିବା ଠିକ୍‌ ନୁହେଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.