ହରିୟାଣା : ବିଜେପି ନେତାଙ୍କୁ ହତ୍ୟା, ଜମି ବିବାଦକୁ ନେଇ ଗୁଳିମାଡ଼ କଲେ ଅଭିଯୁକ୍ତ

ହରିୟଣାର ସୋନିପତ ଜିଲ୍ଲାରେ ବିଜେପି ନେତାଙ୍କୁ ହତ୍ୟା । ଜମିବାଡ଼ି ବିବାଦକୁ ନେଇ ବିଜେପି ନେତା ସୁରେନ୍ଦ୍ର ଜଓ୍ବାହାରଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ପାୟାରିଂ ପରେ ଦୁଇ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ଯାଞ୍ଚ ଆରମ୍ଭ କରିଦେଇଛି । ଏଫଏସଏଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛି । ଏହା ସହିତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଖାନପୁର ହସ୍ପିଟାଲକୁ ପଠାଇଛି ।
ସୂଚନା ଅନୁଯାୟୀ, ସୋନିପତରେ ବିଜେପି ନେତା ତଥା ମୁଡଲାନା ମଣ୍ଡଳ ଅଧ୍ୟକ୍ଷ ସୁରେନ୍ଦ୍ର ଜଓ୍ବାହରଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ବିଳମ୍ବିତ ରାତିରେ ତାଙ୍କୁ ଗୁଳି ମରାଯାଇଥିବା କୁହାଯାଉଛି । ଜମିବାଡି ବିବାଦକୁ ନେଇ ଅଭିଯୁକ୍ତମାନେ ଏଭଳି ଘଟଣା ଭିଆଇଛନ୍ତି ।
ବିଜେପି ନେତାଙ୍କ ହତ୍ୟା ମାମଲାର ଯାଞ୍ଚ ସୋନିପତ ସଦର ଥାନା ପୋଲିସ କରୁଛି । ଶୁକ୍ରବାର ଦିନ ସୁରେନ୍ଦ୍ର ପରିବାର ଓ ପାର୍ଟି କର୍ମଚାରୀମାନଙ୍କ ସହିତ ହୋଲି ଖେଳିଥିଲେ । ରାତି ପ୍ରାୟ ୯ଟା ବେଳେ ସେ ଗାଁକୁ ଫେରିଥିଲେ । ଘରେ ପହଞ୍ଚିବା ପୂର୍ବରୁ ପଡୋଶୀ ଘରର ଦୁଇ ଜଣ ଅତର୍କିତ ଭାବେ ଆକ୍ରମଣ କରି ଫାୟାରିଂ କରିଥିଲେ । ଜୀବନ ବଞ୍ଚାଇବାକୁ ଏକ ଦୋକାନ ଭିତରେ ପଶିଯାଇଥିଲେ । ମାତ୍ର ତିନି ରାଉଣ୍ଡ ଫାୟାରିଂରେ ତାଙ୍କର ଜୀବନ ଚାଲିଯାଇଛି । ଗୋଟିଏ ତାଙ୍କ ମୁଣ୍ଡ ଅନ୍ୟ ଦୁଇଟି ପେଟରେ ବାଜିଥିଲା ।
ଘଟଣା ବିଷୟରେ ସୂଚନା ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଉ ଏହି ମାମଲାର ଯାଞ୍ଚ ମଧ୍ୟ କରୁଛି । ତେବେ ଜମି ବିବାଦକୁ ନେଇ ବିଜେପି ନେତା ଏବଂ ଅଭିଯୁକ୍ତ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସିସିଟିଭିରେ ବିଜେପି ନେତାଙ୍କ ଉପରେ ଆକ୍ରମଣ କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ପୋଲିସ ଏହି ହତ୍ୟା ମାମଲା ଯାଞ୍ଚ କରୁଛି । ଖୁବଶୀଘ୍ର ସବୁ ସତ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।
Also Read : ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ଗ୍ରେନେଡ ଆକ୍ରମଣ, ୨ ଦୁର୍ବୃତ୍ତ ଆସି କଲେ ଆକ୍ରମଣ : ସିସିଟିଭି ଫୁଟେଜ ଭାଇରଲ