ଖସୁଛି ବିଜେପିର ଗଡ, ଦଳ ହରାଇଲାଣି ପାଖାପାଖି ୫୦ ପ୍ରତିଶତ ଭୌଗୋଳିକ କ୍ଷେତ୍ର

କେନ୍ୟୁଜ୍(ବ୍ୟୁରୋ): ୨୦୧୭ ମସିହାରେ ବିଜେପି ହାତରେ ଥିଲା ୨୧ ଟି ରାଜ୍ୟ । ଏହା ପରବର୍ତ୍ତୀ ନିର୍ବାଚନରେ ୧୭କୁ ଖସିଥିଲା । ହିନ୍ଦୀ ହାର୍ଟ ଲ୍ୟାଣ୍ଡ ମଧ୍ୟପ୍ରଦେଶ,ଛତିଗଡ,ଏବଂ ରାଜସ୍ଥାନ ବିଜେପି ହାତରୁ ଯାଇଥିଲା । କଂଗ୍ରେସ ଏହି ରାଜ୍ୟରେ ଶାସନ କଲା । ଏହାପରେ ମହାରାଷ୍ଟ୍ରଏବଂ ଝାଡଖଣ୍ଡ ରାଜ୍ୟ ବିଜେପି ହାତରୁ ଯାଇଛି । ମହାରାଷ୍ଟ୍ରରେ ଶିବସେନା,କଂଗ୍ରେସ ଏବଂ ଏନ୍‌ସିପି ସରକାର ଗଠନ କରିଛନ୍ତି । ଝାଡଖଣ୍ଡରେ ଜେ.ଏମ.ଏମ.-କଂଗ୍ରେସ-ଆର୍‌ଜେଡି ମେଣ୍ଟସ୍ପଷ୍ଟ ବହୁମତ ହାସଲ କରିଛନ୍ତି । ୨୦୧୭ରେ ଦେଶର ୭୧ ପ୍ରତିଶତ ଭୌଗୋଳିତ କ୍ଷେତ୍ରରେ ବିଜେପି ଶାସନ କରୁଥଛିଲା। କିନ୍ତୁ ୨ ବର୍ଷ ପରେ ଏହା ୩୫ ପ୍ରତିଶତକୁ ଖସିଛି। ପାଖାପାଖି ୫୦ ପ୍ରତିଶତ ଭୌଗୋଳିକ କ୍ଷେତ୍ରରେ ବିଜେପି ହାତରୁ କ୍ଷମତା ଡୋରି ଖସି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like