କର୍ଣ୍ଣାଟକରେ ଆଗାମୀ ନିର୍ବାଚନ ହାରିପାରେ ବିଜେପି, ଏବେ ଧାର୍ମିକ ଆଧାରରେ ମିଳିବ ନାହିଁ ଭୋଟ ବୋଲି କହିଲେ ପାଓ୍ଵାର

କୋଲ୍ହାପୁର : କର୍ଣ୍ଣାଟକରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ସେମାନଙ୍କର ରଣନୀତି ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଅଧ୍ୟକ୍ଷ ଶରଦ ପାଓ୍ଵାର ଶନିବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି ।

ସେ ଦାବି କରିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଶାସନରେ ରହିବ ନାହିଁ । କାରଣ ଆମେ ବିରୋଧୀ ଦଳ ଏକଜୁଟ ହୋଇ ଏକ ସଂଯୁକ୍ତ ମୋର୍ଚ୍ଚା ଗଠନ କରିବାକୁ ଚେଷ୍ଟିତ ଅଛୁ । ତେବେ ସବୁ ର ।ଜ୍ୟରେ ଅଲଗା ଅଲଗା ସ୍ଥାନୀୟ ଦାବି ରହିଛି ।

ପାଓ୍ଵାର ଜନମତ ସର୍ଭେର ଉଦାହରଣ ଦେଇ କହିଥିଲେ, ଲୋକେ ନିଜର ମନ ବଦଳାଇଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ବିଜେପିକୁ ବଡ଼ ଝଟକା ମିଳିବ । ଲୋକେ ଏବେ ଧାର୍ମିକ ଆଧାରରେ ଭୋଟ ଦେବେ ନାହିଁ । ଲୋକଙ୍କୁ ଏବେ ଧାର୍ମିକ ଆଧାରରେ ବଣ୍ଟା ଯାଉଛି, ଯ ।ହା ଏବେ ଆଉ ଚଳିବ ନାହିଁ ବୋଲି ପାଓ୍ଵାର କହିଥିଲେ ।

ଭାରତ ଯୋଡ ଯାତ୍ରାକୁ ମିଳିଛି ସମର୍ଥନ

ଏହି ଅବସରରେ ପାଓ୍ଵାର ଭାରତ ଯୋଡ ଯାତ୍ରାର ଉଦାହରଣ ଦେଇ କହିଥିଲେ ଯେ ଭାରତ ଯୋଡ ଯାତ୍ରାକୁ ଲୋକଙ୍କ ସମର୍ଥନ ମିଳିଛି । ଦେଶବ୍ୟାପୀ ଯାତ୍ରରେ ନେତା ରାହୁଲ ଗାନ୍ଧିଙ୍କ ପ୍ରତିଛବି ବହୁତ ବଦଳିଛି । ସରକାର ବିରୋଧୀ ଦଳ ନେତାଙ୍କୁ ଆକ୍ରମଣ କରୁଛନ୍ତି ଓ ସାଧାରଣ ଜନତାଙ୍କ ଅଧିକାରକୁ ନଷ୍ଟ କରୁଛନ୍ତି ।

ତେଣୁ ଆଗାମୀ ନିର୍ବାଚନରେ ମହା ବିକାଶ ଅଘାଡି (ଏମଭିଏ) ଏକାଠି ହୋଇ ନିର୍ବାଚନ ଲଢ଼ିବ । ଆଗାମୀ ସପ୍ତାହରେ ଦିଲ୍ଲୀରେ ସଂସଦ ଅଧିବେସନ ଅବସରରେ ନେତାଙ୍କ ସହିତ ମିଶି ବିପକ୍ଷ ସଂଗଠନ ତିଆରି କରିବା ଚେଷ୍ଟାରେ ଅଛନ୍ତି । ମୁଁ ବ୍ୟକ୍ତି ଗତ ଭାବେ କିଛି ନେତାଙ୍କ ସହ ସମ୍ପର୍କରେ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.