ତେଲେଙ୍ଗାନାରେ ବିଜେପି ନେତାଙ୍କ ଉପହାରକୁ ମସଜିଦରୁ ବାହାରେ ଫୋପାଡିଲେ ଲୋକେ

ତେଲେଙ୍ଗାନାରେ ଜଣେ ମୁସଲମାନ ବିଜେପି ନେତା ମୁସଲମାନ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏମିତିକି ସେ ଦେଇଥିବା ଉପହାରକୁ ଲୋକମାନେ ବାହାରେ ପକାଇଦେଛନ୍ତି। ଗ୍ରୀଷ୍ମ ଋତୁରେ ମସଜିଦରେ ଅଧିକ ଗରମ ହେବା ହେତୁ ଏକ କୁଲର ଦାନ କରିଥିଲେ ବିଜେପି ନେତା କିନ୍ତୁ କିଛି ମୁସଲମାନ ଗୋଷ୍ଠି କ୍ରୋଧିତ ହୋଇ କୁଲରକୁ ଉଠାଇ ଫିଙ୍ଗି ଦେଇଥିଲେ।

ତେଲେଙ୍ଗାନାର ବିକାରାବାଦ ଜିଲ୍ଲାର ନେତା ମୋହଦ ଅନୱାର ହିଁ ମସଜିଦକୁ କୁଲର ଦାନ କରିଥିଲେ। କୁଲର ଦାନ କରିବାବେଳେ ସେ କହିଛନ୍ତି ଯେ ‘ମୁସଲମାନମାନଙ୍କ ପାଇଁ ବିଜେପି ବହୁତ କିଛି କରିଛି। ବିଜେପି ମୁସଲମାନମାନଙ୍କୁ ବହୁତ ଭଲ ପାଏ। ତେଣୁ ଗରମ ପାଇଁ ସେ ମଧ୍ୟ ମସଜିଦକୁ କୁଲର ଦାନ କରିଥିଲେ, କିନ୍ତୁ ତାଙ୍କୁ ବିରୋଧ କରି କିଛି ମୁସଲମାନ ଲୋକ ଏହାକୁ ଉଠାଇ ଫୋପାଡିଦେଇଥିଲେ।

ମୁସଲିମ ଲୋକଙ୍କ ପ୍ରତି ବିଜେପି ନେତାଙ୍କ ଆଚରଣ ଯୋଗୁଁ ତେଲେଙ୍ଗାନାର ମୁସଲମାନମାନେ ବିଜେପି ଉପରେ ରାଗିଥିବାର ଦେଖାଯାଉଛି। ଏଭଳି ପରିସ୍ଥିତିରେ ମୁସଲମାନ ନେତାଙ୍କ ମାଧ୍ୟମରେ ମୁସଲମାନ ଲୋକଙ୍କ ସମର୍ଥନ ପାଇବାକୁ ବିଜେପି ଚେଷ୍ଟା କରୁଛି ବୋଲି କହିଥିଲେ ମସଜିଦରେ ଥିବା ସ୍ଥାନୀୟ ଲୋକ। ଏମିତିକି ମୁସଲମାନ ସମାଜ ମହମ୍ମଦ ଅନୱାରଙ୍କୁ ବିରୋଧ କରୁଛି।

ମହମ୍ମଦ ଅନୱାର ମସଜିଦ ପାଇଁ ଅନେକ ସାହାଯ୍ୟ ଯୋଗାଉଥିଲେ ମଧ୍ୟ ମୁସଲମାନ ଲୋକମାନେ ତାଙ୍କ ସହିତ ବିଜେପି ନେତାଙ୍କ ଉପରେ ଅତ୍ୟଧିକ ରାଗିଥିଲେ। ସେ ମସଜିଦକୁ ଦାନ କରାଯାଇଥିବା ଅନୱାରଙ୍କ କୁଲରକୁ ସଙ୍ଗେ ସଙ୍ଗେ ବାହାରେ ପକାଇଦେଇଥିଲେ। ଏହି ଘଟଣା ବିକାରବାଦ ଜିଲ୍ଲାର ବଭନ୍ତରାମ ମଣ୍ଡଳର ତରୁମାମିଡି ଅଞ୍ଚଳରରେ ଦେଖିବାକୁ ମିଳିଛି।

Leave A Reply

Your email address will not be published.