ବିଜେପି ନେତାଙ୍କ ଦାଦାଗିରି । ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ସରକାରୀ ଅଧିକାରୀଙ୍କୁ କ୍ରିକେଟ୍ ବ୍ୟାଟରେ ପିଟିଲେ । ଘଟଣାଟି ଘଟିଛି ଇନ୍ଦୋରରେ । ବଜାର ମଝିରେ ଗୁଣ୍ଡାଗିରିର ସୀମା ପାର୍ କରିଛନ୍ତି ବିଜେପିର ମହାସଚିବ ତଥା ପଶ୍ଚିମବଙ୍ଗରେ ଦଳର ବିଜୟର ସୂତ୍ରଧାର ସାଜିଥିବା କୈଳାଶ ବିଜୟବର୍ଗୀୟଙ୍କ ପୁଅ । କୈଳାଶଙ୍କ ପୁଅ ଆକାଶ ନିଜେ ମଧ୍ୟ ଇନ୍ଦୋର ୩ ବିଧାନସଭା ସିଟରେ ବିଧାୟକ ଅଛନ୍ତି ।
ସୂଚନା ମୂତାବକ, ଏକ ଘର ଭାଙ୍ଗିବାକୁ ନଗର ନିଗମ ପହଂଚିଥିଲା । ଏହି ସମୟରେ ଆକାଶ ସେଠାରେ ପହଂଚିଥିଲେ । ଆଉ ଅଧିକାରୀଙ୍କୁ ଧମକ ଦେଇ କହିଥିଲେ ଯଦି ୫ମିନିଟ୍ ମଧ୍ୟରେ ଏଠାରୁ ନଯିବେ ତେବେ ଆଗକୁ ଯାହା ହେବ ସେଥିପାଇଁ ଦାୟୀ ଆପଣ ନିଜେ ହେବେ । ତେବେ ଏକଥାକୁ ଅଣଦେଖା କରି ଅଧିକାରୀ ଜଣକ ନିଜ କାମରେ ବ୍ୟସ୍ତ ରହିଲେ । ଯାହା ପରେ ସମସ୍ତଙ୍କ ସାମ୍ନାରେ ନଗର ନିଗମ ଅଧିକାରୀଙ୍କୁ କ୍ରିକେଟ୍ ବ୍ୟାଟରେ ପିଟିବାକୁ ଲାଗିଲେ ଆକାଶ । ଏପରିକି ପୋକଲେନ ମେସିନକୁ ପଥର ମାରି ମାରି ଅଚଳ କରିଦେଇଥିଲେ । ପରିସ୍ଥିତି ଏପରି ହୋଇଥିଲା କଣ୍ଟ୍ରୋଲ୍ କରିବା ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା ।
#WATCH Madhya Pradesh: Akash Vijayvargiya, BJP MLA and son of senior BJP leader Kailash Vijayvargiya, thrashes a Municipal Corporation officer with a cricket bat, in Indore. The officers were in the area for an anti-encroachment drive. pic.twitter.com/AG4MfP6xu0
— ANI (@ANI) June 26, 2019