ଦେଶ ବିଦେଶ

BMWରେ ଆସି ନିୟମ ଭାଙ୍ଗିଲେ, କହିଲେ- ବାପା ମୋର MLA, ମୋତେ ଛାଡ଼’… ଝିଅର ଦୁର୍ବ୍ୟବହାର ଉପରେ କ୍ଷମା ମାଗିଲେ ବିଜେପି ବିଧାୟକ

ନୂଆଦିଲ୍ଲୀ : ଅଭିଭାବକମାନେ ନିଜ ପିଲାମାନଙ୍କର କାର୍ଯ୍ୟକଳାପ ଦ୍ୱାରା ଲଜ୍ଜିତ ହୁଅନ୍ତି। ଯଦି ଅଭିଭାବକ ନେତା କିମ୍ବା ମନ୍ତ୍ରୀ ହୋଇଥାନ୍ତି ତେବେ ତ ପିଲାଙ୍କ ଭାଉ ଆହୁରି କେତେ କଣ ବଢିଯାଏ। ସେମାନେ ଇନ୍ଦ୍ର ଚନ୍ଦ୍ର ମାନନ୍ତି ନାହିଁ। ଏମିତି ସମାନ ଘଟଣା କର୍ଣ୍ଣାଟକର ବିଜେପି ବିଧାୟକଙ୍କ ସହ ଘଟିଛି। ଯିଏ ତାଙ୍କ ଝିର ଅସଦାଚରଣ ପାଇଁ ପୋଲିସ ଏବଂ ଗଣମାଧ୍ୟମକୁ କ୍ଷମା ମାଗିଛନ୍ତି। ବାସ୍ତବରେ ଦ୍ରୁତ ଗତିରେ ଗାଡି ଚଲାଇବା କାରଣରୁ ପୋଲିସ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଲିମ୍ବାବାଲିଙ୍କ ଝିଅକୁ ଅଟକାଇଥିଲା।

ଏହା ଉପରେ ତାଙ୍କ ଝିଅ ପୋଲିସ କର୍ମଚାରୀଙ୍କ ସହ ଅସଦାଚରଣ କରିଥିଲେ ଏବଂ ମାମଲା ପଞ୍ଜୀକୃତ ହେବା ପରେ ପୋଲିସ କାରକୁ ଛାଡି ଦେଇଥିଲା। ଏହି ଘଟଣା ବିଧାନସଭା ନିକଟସ୍ଥ କ୍ୟାପିଟାଲ୍ ହୋଟେଲ ନିକଟରେ ଘଟିଛି। ଏଠାରେ ବିଧାୟକଙ୍କ ବୈଠକ ଚାଲିଥିଲା। ବିଏମଡବ୍ଲ୍ୟୁ କାରର ଓଭର ସ୍ପିଡ କାରଣରୁ ପୋଲିସ ଗାଡିକୁ ଅଟକାଇଥିଲା। ଏହାକୁ ନେଇ ପୋଲିସ ଏବଂ ବିଧାୟକଙ୍କ ଝିଅ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଏହାକୁ ନେଇ ବିଧାୟକଙ୍କ ଝିଅ କହିଛନ୍ତି ଯେ ସେ କୌଣସି ନିୟମର ଉଲ୍ଲଂଘନ କରିନାହାଁନ୍ତି ଏବଂ ତାଙ୍କୁ ଯିବାକୁ ଅନୁମତି ଦିଆଯାଉ। କିନ୍ତୁ ପୋଲିସ ନିଜ କଥାରେ ଅଟଳ ଥିଲା ଯେ ବିଧାୟକଙ୍କ ଝିଅ ଦ୍ରୁତ ବେଗରେ ଗାଡି ଚଳାଇଥିଲେ। ଯୁକ୍ତିତର୍କ ସମୟରେ ସେ ବିଧାୟକଙ୍କ ଝିଅ ବୋଲି କହିଥିଲେ। ବିଧାୟକଙ୍କ ଝିଅ ଏହା ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ମୋ ଉପରେ କେସ୍ କରାଯାଇ ପାରିବ ନାହିଁ।

କେବଳ ଏତିକି ନୁହେଁ ଏହି ସମୟରେ ଭିଡିଓ ସୁଟ୍ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମଧ୍ୟ ବିଧାୟକଙ୍କ ଝିଅ ପ୍ରବଳ ଯୁକ୍ତିତର୍କ କରିବା ସହ କ୍ୟାମେରାକୁ ବାଡେଇଥିଲେ। ପରେ ପୋଲିସ ଜରିମାନା ଲଗାଇବା ପରେ କାରକୁ ଯିବାକୁ ଦେଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଲୋକେ ବିଧାୟକଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ଏହି ପୁରା ମାମଲାରେ ବିଧାୟକ କ୍ଷମା ମାଗିଛନ୍ତି। ହେଲେ ବିଧାୟକ ନିଜ ବୟାନରେ କହିଛନ୍ତି ଯେ, କାର ତାଙ୍କ ଝିଅ ନୁହେଁ ବରଂ ତାର ସାଙ୍ଗ ଚଲାଉଥିଲା। କିନ୍ତୁ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ତାଙ୍କ ଝିଅ ହିଁ ଡ୍ରାଇଭିଂ ସିଟରେ ବସିଥିଲେ। ଏହା ଦେଖି ରାଜଭବନ ରୋଡ୍‌ ସାମ୍ନାରେ କିଛି ସମୟ ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଶେଷରେ ବିଧାୟକଙ୍କ ଝିଅ ଫାଇନ୍‌ ଦେଇଥିଲେ ବୋଲି ସୂଚନା ମିଳିଛି। ୧୦ ହଜାର ଟଙ୍କା ସେ ଫାଇନ୍‌ ଦେଇଥିଲେ।

 

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago