ମଞ୍ଚ ଉପରେ ସେଭିଂ ହେଲେ ବିଜେପି ସାଂସଦ ମନୋଜ ତଓ୍ଵାରୀ, ଦେଲେ ଏଭଳି ସଫେଇ

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଞ୍ଚ ଉପରେ ସେଭିଂ ହୋଇଛନ୍ତି ବିଜେପି ସାଂସଦ ମନୋଜ ତିଓ୍ଵାରୀ । କେବଳ ଏତିକି ନୁହେଁ ସେଭିଂ ହେବା ପାଇଁ ମୋବାଇଲ କ୍ୟାମେରାକୁ ଆଇନା ଭାବେ ବ୍ୟବହାର ମଧ୍ୟ କରିଛନ୍ତି।

ଖବର ମୁତାବକ, ଦିଲ୍ଲୀର ବୁରାଡୀରେ ହୋଇଥିବା ପାର୍ଟି କାର୍ଯ୍ୟକ୍ରମରେ ବିଜେପି ସାଂସଦ ମନୋଜ ତିଓ୍ଵାରୀ ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚିବା ସହିତ ମଞ୍ଚ ଉପରେ ସେଭିଂ ହୋଇଥିଲେ। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହାକୁ ନେଇ ପ୍ରଶ୍ନ ପଚାରାଯିବାରୁ ମନୋଜ କହିଥିଲେ, ଗତ ଦୁଇ ଦିନରୁ ସେ ପାର୍ଟି କାମରେ ବହୁତ ବ୍ୟସ୍ତ ଥିଲେ, ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଥିଲା, ତେଣୁ ସେ ସେଭିଂ ହୋଇପାରିନଥିଲେ। ସେଥିପାଇଁ ମଞ୍ଚ ଉପରେ ସେଭିଂ ହୋଇଗଲେ। ‘ ଏହା ମଧ୍ୟ ସ୍ୱଚ୍ଛତା ଅଭିଯାନର ଅଂଶ’ ବୋଲି ସେ କହିଥିଲେ। ଏହି ପରିବର୍ତ୍ତନ ଯାତ୍ରା କାର୍ଯ୍ୟକ୍ରମରେ ମନୋଜଙ୍କ ବ୍ୟତୀତ ଦିଲ୍ଲୀ ନିଗମ ପରିଷଦ, କାର୍ଯ୍ୟକର୍ତ୍ତା, ସ୍ଥାନୀୟ ଲୋକ ଉପସ୍ଥିତ ରହିଥିଲେ।

ଏହାସହ ପଢ଼ନ୍ତୁ ; ମୁଲାୟମଙ୍କ ମର୍ସିଡିଜ ସର୍ଭିସିଂ ଖର୍ଚ୍ଚ ୨୬ ଲକ୍ଷ ! ଯୋଗୀ ସରକାର ବଦଳାଇବେ କାର

manoj-tiwari-1

ସୂଚନାଯୋଗ୍ୟ, ଖୁବଶୀଘ୍ର ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ରହିଛି। ଏଥିପାଇଁ ଆପ୍‌ ଏବଂ ବିଜେପି ମଧ୍ୟରେ ଅନାଧିକୃତ କଲୋନୀକୁ ନେଇ ମଧ୍ୟ ବାକ୍‌ବିତଣ୍ଡା ଚାଲିଛି। ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପୂର୍ବରୁ ଏହି କଲୋନୀକୁ ନିୟମିତ କରିଦେବେ। ପୂର୍ବରୁ ଏହି କଲୋନୀକୁ ନେଇ ଲୋକମାନଙ୍କ ସହିତ ବିଶ୍ୱାସଘାତକତା ହୋଇଛି ବୋଲି ମନୋଜ ତିଓ୍ଵାରୀ କହିଥିଲେ।

Leave A Reply

Your email address will not be published.