ନଦୀରେ ବୁଡୁ ବୁଡୁ ଅଳ୍ପକେ ବର୍ତ୍ତିଲେ ସାଂସଦ ରାମକୃପାଲ ଯାଦବ, ନିଜ ସଂସଦୀୟ କ୍ଷେତ୍ର ପରିଦର୍ଶନ ବେଳେ ଓଲଟିଲା ଡଙ୍ଗା

ବିହାର(କେନ୍ୟୁଜ୍): ନଦୀରେ ବୁଡୁ ବୁଡି ଅଳ୍ପକେ ବର୍ତ୍ତିଲେ ସାଂସଦ ରାମକୃପାଲ ଯାଦବ । ବିହାରରେ ବନ୍ୟା ଯୋଗୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ରାମକୃପାଲ ନିଜ ସଂସଦୀୟ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଡଙ୍ଗାରେ ସାଂସଦ ଯାଉଥିବା ବେଳେ ହଠାତ୍‌ ଧନରୁଆର ରମଣୀ ବିଗହା କ୍ଷେତ୍ରରେ ତାଙ୍କ ଡଙ୍ଗା ଓଲଟି ପଡ଼ିଥିଲା । ଡଙ୍ଗା ଓଲଟି ପଡ଼ିବାରୁ ସାଂସଦ ବୁଡି ଯାଇଥିଲେ । ହେଲେ ତାଙ୍କ ପାଖରେ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ଏଥିରେ ରାମକୃପାଲ ଯାଦବ ସାମାନ୍ୟ ଆହତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.