ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
ବର୍ତ୍ତମାନ କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ୁଥିବାର ଦେଖିବାକୁ ମିଳୁଛି। ସାଧାରଣ ଜନତାଙ୍କ ସମେତ ରାଜନେତା, ନେତ୍ରୀ ତଥା ଅଭିନେତା ମାନେ ମଧ୍ୟ ଏବେ କରୋନାରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ଖବର ଆସିଛି ଯେ ରାଜ ନେତ୍ରୀ ତଥା ମଧ୍ୟ ପ୍ରଦେଶର ଭୋପାଳରୁ ଲୋକସଭା ସାଂସଦ ଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ନିଜେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଏଥିସହ ସେ ନିଜ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ନିଜ କରୋନା ଟେଷ୍ଟ କରାଇ ନେବାକୁ କହିଛନ୍ତି।
ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ କରୋନା ରିପୋର୍ଟ ସୋମବାର ପଜିଟିଭ୍ ଆସିଛି। କିନ୍ତୁ ତାଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ। ମାତ୍ର ସାବଧାନ ରହିବା ପାଇଁ ସେ ନିଜକୁ ଆଇସୋଲେଟ୍ କରିଛନ୍ତି। ଏଥିସହ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ସେ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। ସେ ନିଜ ଟ୍ଵିଟର ଆକାଉଣ୍ଟରେ ଆଜି ସୂଚନା ଦେବା ଅବସରରେ ଲେଖିଛନ୍ତିି- ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ଏବେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛି। ଯେଉଁମାନେ ଗତ ୨ ଦିନ ହେଲା ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ମଧ୍ୟ ନିଜ ଟେଷ୍ଟ କରାଇନିଅନ୍ତୁ।
आज मेरी कोरोना रिपोर्ट पॉजिटिव आई है। मैं चिकित्सकों की देखरेख में हूं। 2 दिनों में जो भी मेरे संपर्क में आए हैं सभी से आग्रह है कि सचेत रहें और आवश्यकता पड़ने पर कोरोना टेस्ट भी करवा लें। हमें आपकी चिंता है। प्रभु से प्रार्थना है आप सभी स्वस्थ रहें।
— Sadhvi Pragya singh thakur (@SadhviPragya_MP) January 30, 2022
ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଅଧ ରାତିରେ ଏହି ଟ୍ଵିଟ୍ କରିଛନ୍ତି। ଏଥିସହ ସେ ଭଗବାନଙ୍କ ନିକଟରେ ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି।
ତେବେ ଏଥରକ ଦ୍ୱିତୀୟ ଥର ପାଇଁ କରୋନା ମଧ୍ୟରେ ଦେଶର ବଜେଟ୍ ଉପସ୍ଥାପନ କରାଯାଉଛି। କରୋନାର ତୃତୀୟ ଲହର କବ୍ଜାରେ ଏଥରକ ସଂସଦ ମଧ୍ୟ ଆସିଛି। ଅଧିବେଶନ ଆରମ୍ଭ ହେବାର ୧୯ ଦିନ ପୂର୍ବରୁ ୨୦ ଜାନୁଆରୀ ମଧ୍ୟରେ ସଂସଦ ଭବନର ୮୭୫ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି।