ଦେଶ ବିଦେଶ

ଚୀନ ସହିତ ରଣ ନୀତିରେ ପରିବର୍ତ୍ତନ ଆଣିଲେ ମୋଦି ସରକାର, ଆଗକୁ ବଡ଼ ସଂଘର୍ଷ ଆଶଙ୍କା

 ନୂଆଦିଲ୍ଲୀ : କରୋନା ସଂକ୍ରମଣ ପରେ ଚୀନ୍‌ ସହିତ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକର ଆଭିମୁଖ୍ୟ ବଦଳିବାରେ ଲାଗିଛି । ନିକଟରେ ତାଇବାନ୍‌ରେ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଶପଥ ସମାରୋହ ଅନୁଷ୍ଠିତ ହୋଇଛି । ଏଥିପାଇଁ ବିଜେପିର ଦୁଇ ଜଣ ସାଂସଦ ତାଇଓ୍ଵାନ୍‌କୁ ବଧାଇ ଜଣାଇଛନ୍ତି ।

ପୂର୍ବରୁ ଭାରତ ‘ଓ୍ଵାନ୍‌ ଚାଇନା ପଲିସି ’ ଅନୁଯାୟୀ ତାଇଓ୍ଵାନ ସହ କୈାଣସି କୂଟନୈତିକ ସମ୍ପର୍କ ରଖି ନଥିଲେ । ଏବେ ତାଇଓ୍ଵାନକୁ ତା’ର ରାଷ୍ଟ୍ରପତି ସମାରୋହରେ ବଧାଇ ଜଣାଇବା ପରେ ଭାରତ ତା’ର କୂଟନୀତିରେ ପରିବର୍ତ୍ତନ ଆଣିଛି ।

ଚୀନ୍‌ ତାଇଓ୍ଵାନକୁ ‘ଏକ ଦେଶ ଦୋ ସିଷ୍ଟମ୍‌’ କହୁଥିବା ବେଳେ ତାଇଓ୍ଵାନ୍‌ ନିଜକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ କହୁଛି । ଏହି ସମୟରେ ବିଜେପି ସାଂସଦ ମୀନାକ୍ଷୀ ଲେଖି ଓ ରାହୁଲ୍‌ କାସ୍‌ବାନ୍‌ ଏକ ଟ୍ଵିଟ୍‌ ମାଧ୍ୟମରେ ଲେଖିଛନ୍ତି ‘ଭାରତ ଓ ତାଇଓ୍ଵାନ ଦୁଇଟି ଲୋକତାନ୍ତ୍ରିକ ଦେଶ ।

ଉଭୟେ ସ୍ୱତନ୍ତ୍ରତା, ଲୋକତନ୍ତ୍ର ଓ ମାନବାଧିକାର ଭଳି ସମାନ ମୂଲ୍ୟବୋଧରେ ଜୋଡ଼ି ହୋଇଛନ୍ତି ।’ ଏହି ଟ୍ଵିଟ୍‌ ପରେ ଚୀନ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଛି । ଚୀନ୍‌ କହିଛି ଯେ ଭାରତ ଚୀନ୍‌ର ସ୍ଥାନ ନେବା ପାଇଁ ସ୍ୱପ୍ନ ଦେଖୁଛି ।

ଭାରତ ସର୍ବଦା ଚୀନ ଓ ତାଇଓ୍ଵାନ୍‌ ସମ୍ପର୍କ ଖରାପ କରିବାକୁ ଚାହୁଁଛି ବୋଲି ଚୀନ୍‌ ଅଭିଯୋଗ କରିଛି । ଏହାର ଉତ୍ତର ମଧ୍ୟ ଭାରତ କଡ଼ା ଭାବରେ ଦେଇଛି । ବିଶ୍ୱ ଇତିହାସରେ ଭାରତର ସ୍ୱତନ୍ତ୍ର ସ୍ଥାନ ରହିଛି । ତେଣୁ ଭାରତର କାହା ସ୍ଥାନ ନେବା ଆବଶ୍ୟକ ନାହିଁ ବୋଲି ଭାରତ ପକ୍ଷରୁ କଡ଼ା ଉତ୍ତର ଦିଆଯାଇଛି ।

ନିକଟରେ ତାଇଓ୍ଵାନର ସ୍ୱତନ୍ତ୍ରତା ନେଇ ଆମେରିକା ବିଦେଶ ମନ୍ତ୍ରୀ ବଧାଇ ଜଣାଇଥିଲେ । ଚୀନ୍‌ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଥିଲା । ଆମେରିକାକୁ ଏହାର ମୂଲ୍ୟ ଭୋଗିବାକୁ ପଡ଼ିବ ବୋଲି କହିଥିଲା । ରାଷ୍ଟ୍ରଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚୀନ୍‌କୁ ମଧ୍ୟ ଟାର୍ଗେଟରେ ରଖିଛନ୍ତି ।

ଚୀନ୍‌କୁ ଅର୍ଥନୈତିକ ଏକ ଘରିଆ କରିବାକୁ ସବୁ ପ୍ରକାର ଉଦ୍ୟମ ଚଳାଇଛି । ଭାରତକୁ ସାଙ୍ଗରେ ନେଇଛି । ଭାରତ ତାର ଶିଳ୍ପ ଆଇନରେ ମଧ୍ୟ କେତେକ ପରିବର୍ତ୍ତନ କରିଛି । ଯାହାକୁ ନେଇ ଚୀନ୍‌ ବିରୋଧ କରିଛି । ଚୀନରୁ ଏବେ ପ୍ରାୟ ୧୨୦୦ କମ୍ପାନୀ ଭାରତ ଆସିବାକୁ ପ୍ରସ୍ତୁତ ହେଉଥିବାରୁ ଚୀନ୍‌ର ଭାରତ ପ୍ରତି ଆକ୍ରୋଶ ବଢ଼ିଛି । ତେଣୁ ଆଗକୁ ଚୀନ୍‌ ସହ ବଡ଼ ସଂଘର୍ଷକୁ ଆଶଙ୍କା କରାଯାଉଛି ।

Niharanjan

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

34 seconds ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

15 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

30 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

40 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

51 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago