ଉତ୍ତରାଖଣ୍ଡ ଓ ମଣିପୁରରେ କ୍ଷମତା ବଜାୟ ରଖିଲା ବିଜେପି

କେନ୍ୟୁଜ୍(ବ୍ୟୁରୋ): ଉତ୍ତରାଖଣ୍ଡ ଓ ମଣିପୁରରେ କ୍ଷମତା ବଜାୟ ରଖିଲା ବିଜେପି । ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ଥିଲା ୩୬ । ବିଜେପି ୪୮ ଆସନରେ ବିଜୟୀ ହୋଇଛି । କଂଗ୍ରେସକୁ ୧୮, ବିଏସପି ୨ ଓ ଅନ୍ୟାନ୍ୟ ୨ଟି ସିଟ୍‌ ପାଇଛନ୍ତି ।  ସେହିପରି ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନରେ ବିଜେପି ୩୧ ଆସନ ସହ ସରକାର ଗଠନ କରିବ । ଏନପିପି ୮, ଜେଡିୟୁ ୬, କଂଗ୍ରେସ ୫ଟି ସିଟ୍‌ ପାଇଛନ୍ତି । ଅନ୍ୟାନ୍ୟ ଦଳ ଜିତିଛନ୍ତି ୧୦ଟି ଆସନ । ମଣିପୁରରେ ମ୍ୟାଜିକ ନମ୍ବର ରହିଛି ୩୧ ।

ସେପଟେ ଗୋଆରେ ସରକାର ଗଢ଼ିପାରେ ବିଜେପି । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପି ୨୦ ଆସନରେ ଜିତିଛି । ବହୁମତଠାରୁ ଗୋଟିଏ ଆସନଠାରୁ ଦୂରରେ ରହିଛି ବିଜେପି । କଂଗ୍ରେସ ୧୨, ଆପ୍‌ ୩ ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ବିଜୟୀ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.