ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ର ଘୋଷଣା, ‘ଯାହା ପ୍ରତିଶ୍ରୁତି ଦେଇଛୁ, ତାହା ପୂରଣ କରିଛୁ’

ଦିଲ୍ଲୀ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ରର ତୃତୀୟ ଭାଗ ପ୍ରକାଶ କରିଛନ୍ତି । ଆମେ ଯାହା ପ୍ରତିଜ୍ଞା କରୁ, ଆମେ ତାହା ପୂରଣ କରୁ, ଆମେ କେବଳ ଅନ୍ୟମାନଙ୍କ ପରି ପ୍ରତିଜ୍ଞା କରୁନାହୁଁ ବୋଲି ଅମିତ ଶାହ କହିଛନ୍ତି । ସଂକଳ୍ପ ପତ୍ର ଜାରି କରୁଥିବା ସମୟରେ ଆପର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ଅମିତ ଶାହ ।
ଅମିତ ଶାହା କହିଛନ୍ତି, “ଆଜି ମୁଁ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ସଂକଳ୍ପର ଶେଷ ଭାଗ ଉପସ୍ଥାପନ କରୁଛି । ମୁଁ ଅନ୍ୟ ଦଳର ନାମ ନେବି ନାହିଁ । ଆମ ଦଳ ଯାହା ପ୍ରତିଶ୍ରୁତି ଦେଇଥାଏ ତାହା ପୂରଣ କରେ । ଆମେ କେବଳ କାହାକୁ ପ୍ରତିଶୃତି ଦେଇନଥାଉ ବରଂ ତାହାକୁ ପୂରଣ କରିଥାଉ । ଆମେ ଅନେକ ପ୍ରତିଶ୍ରୁତି ଦେଇଛୁ। ” ଦିଲ୍ଲୀରେ ଗରିବ କଲ୍ୟାଣ ପାଇଁ ଜାରି ହୋଇଥିବା ଗୋଟିଏ ବି ଯୋଜନା ବନ୍ଦ ହେବ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି, କେଜ୍ରିୱାଲ କହୁଥିଲେ ଆମର କୌଣସି ମନ୍ତ୍ରୀ ବଙ୍ଗଳା ନେବେ ନାହିଁ । ଆଜି ସେ ଶିଶମହଲ ତିଆରି କରିଛନ୍ତି । ଆପଣ ମନ୍ଦିରକୁ ବି ଛାଡିନାହାନ୍ତି, ସ୍କୁଲ କୁ ବି ଛାଡିନାହାନ୍ତି । ମଦ ଦୁର୍ନୀତି ମାମଲାରେ ଘାଣ୍ଟି ହୋଇଛନ୍ତି । ଯମୁନାରେ ବୁଡ଼ ପକାନ୍ତୁ ନଚେତ କୁମ୍ଭକୁ ଯାଇ ଗଙ୍ଗାରୁ ବୁଡ ପକାନ୍ତୁ ।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଆପଣ ମୋହଲା କ୍ଲିନିକର ବାହାନା କରି ଦିଲ୍ଲୀବାସୀଙ୍କୁ ଆଧୁନିକ ଡାକ୍ତରଖାନା ମଧ୍ୟ ଦେଇ ନାହାଁନ୍ତି । ଆପଣ ନିଶ୍ଚୟ ଅଳିଆ ପର୍ବତ ଦେଖିଥିବେ, ଏହା ବିଷୟରେ କିଛି କରାଯାଇ ନାହିଁ । ଦିଲ୍ଲୀର ଲୋକମାନେ ଏବେ ଚିନ୍ତିତ ରହିଛନ୍ତି । ଆପଣ ୮ ଲକ୍ଷ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି । ଏଭଳି ବଡ ଦୁର୍ନୀତି ଦିଲ୍ଲୀରେ କେବେ ହୋଇନାହିଁ । ଯମୁନାକୁ ସଫା କରିବେ ଏବଂ ବୁଡ଼ ପକାଇବେ ବୋଲି କେଜ୍ରିୱାଲ କହିଥିଲେ । ଆମେ ଅପେକ୍ଷା କରିଛୁ କେବେ ଯମୁନା ସଫା ହେବ ଆଉ ଆପଣ ବୁଡ଼ ପକାଇଥିବେ । ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେବଳ ପ୍ରେସ କନଫରେନ୍ସ ଛଡା ଆଉ କିଛି କରିନାହାନ୍ତି ।
ବିଜେପି ସମସ୍ତ ବର୍ଗକୁ ଦ୍ଷ୍ଟିରେ ରଖି ସଂକଳ୍ପ ପତ୍ର ଜାରି କରିଛି । ବିଜେପି ପୂର୍ବରୁ ଯେତେ କଥା ଦେଇଛି ସବୁ ପୂରଣ କରିଛି ।
Also Read : ଦିଲ୍ଲୀ ନିର୍ବାଚନ: ତୃତୀୟ ଗ୍ୟାରେଣ୍ଟି ଘୋଷଣା କଲା କଂଗ୍ରେସ, ବେକାର ଶିକ୍ଷିତ ଯୁବକ, ଯୁବତୀଙ୍କୁ ମିଳିବ ୮,୫୦୦ ଟଙ୍କା