୫ ଟି ରାଜ୍ୟରେ ନିର୍ବାଚନ ପାଇଁ ୩୪୦ କୋଟି ଟଙ୍କା ଖର୍ଚ୍ଚ କରିଛି ବିଜେପି, ଉତ୍ତର ପ୍ରଦେଶରେ ସର୍ବାଧିକ

ନୂଆଦିଲ୍ଲୀ: ଚଳିତବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ଦେଶର ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନରେ ବିଜେପି ୩୪୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଦଳକୁ ଆୟୋଗ ଦେଇଥିବା ଖର୍ଚ୍ଚର ସବିଶେଷ ତଥ୍ୟରେ ଏହି ସୂଚନା ଦିଆଯାଇଛି। ଏହା ବ୍ୟତୀତ ଜାତୀୟ ଦଳ କଂଗ୍ରେସ ଏହି ନିର୍ବାଚନରେ ୧୯୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି।

୫ ଟି ରାଜ୍ୟ ନିର୍ବାଚନରେ ଉଭୟ ଦଳ ଖର୍ଚ୍ଚ କରିଥିବା ଅର୍ଥର ସବିଶେଷ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଛି, ଯାହାକୁ ଆୟୋଗ ସାର୍ବଜନୀନ କରିଛି। ବିଜେପିର ତଥ୍ୟ ଅନୁଯାୟୀ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଏବଂ ପଞ୍ଜାବ ବିଧାନସଭା ନିର୍ବାଚନରେ ୩୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କେବଳ ଉତ୍ତର ପ୍ରଦେଶରେ ବିଜେପି ସର୍ବାଧିକ ୨୨୧ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା ବ୍ୟତୀତ ମଣିପୁରରେ ୨୩ କୋଟି, ଉତ୍ତରାଖଣ୍ଡରେ ୪୩.୬୭ କୋଟି, ପଞ୍ଜାବରେ ୩୬ କୋଟିରୁ ଅଧିକ ଏବଂ ଗୋଆରେ ୧୯ କୋଟିରୁ ଅଧିକ ଖର୍ଚ୍ଚ ହୋଇଛି।

ସେହିପରି କଂଗ୍ରେସ ଦେଇଥିବା ତଥ୍ୟ ଅନୁଯାୟୀ, ଏହି ପାଞ୍ଚଟି ରାଜ୍ୟରେ ଦଳ ୧୯୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି।

ଜାତୀୟ ଦଳ ଭାବେ ମାନ୍ୟତା ପାଇଛି ବିଜେପି ଏବଂ କଂଗ୍ରେସ। ଲୋକସଭା ତଥା ରାଜ୍ୟସଭାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳଗୁଡ଼ିକ ନିର୍ବାଚନରେ ଆୟ ହୋଇଥିବା ଖର୍ଚ୍ଚର ବିବରଣୀକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବା ବାଧ୍ୟତାମୂଳକ।

Also Read: ଜ୍ୟାକ୍‌ଲିନ୍‌ଙ୍କ ପାଇଁ ଡ୍ରେସ୍‌ କିଣିବାକୁ ତାଙ୍କ ଷ୍ଟାଇଲିଷ୍ଟ୍‍ଙ୍କୁ ୩ କୋଟି ଟଙ୍କା ଦେଇଥିଲେ ସୁକେଶ, ଏବେ ହେଲା ଖୁଲାସା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.