ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କ ଉପରେ ବିଜେପିର କାର୍ଯ୍ୟାନୁଷ୍ଠାନ, ଦଳ ବିରୋଧୀ କାମ ଯୋଗୁଁ ବିଦା

ପବନ ସିଂହ ଚଳିତ ନିର୍ବାଚନରେ NDA ପ୍ରାର୍ଥୀଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି । ତେଣୁ ତାଙ୍କୁ ବିଜେପିରୁ ବହିଷ୍କୃତ କରାଯାଇଛି । ବିଜେପି ଦଳରେ ଥାଇ ବି ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଥିବାରୁ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେପି । ବିଜେପି ପବନ ସିଂହଙ୍କୁ ଦଳରୁ ବିଦା କରିଛି । ବିଜେପି ଦଳରେ ଥାଇ ବି ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଥିବାରୁ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ ଦଳରୁ ବହିଷ୍କୃତ ହୋଇଛନ୍ତି ।

ବିହାରର ବିଜେପି ପ୍ରଭାରୀ ସମ୍ରାଟ ଚୌଧୁରୀଙ୍କ ଆଦେଶ ଅନୁଯାୟୀ ତାଙ୍କୁ ଦଳରୁ ବିଦା କରି ଦିଆଯାଇଛି । ପବନ ସିଂହ ଚଳିତ ନିର୍ବାଚନରେ NDA ପ୍ରାର୍ଥୀଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି । ତେଣୁ ତାଙ୍କୁ ବିଜେପିରୁ ବହିଷ୍କୃତ କରାଯାଇଛି ।

ବିଜେପି ଚିଠି ଲେଖି କହିଛି କି, ଲୋକସଭା ନିର୍ବାଚନରେ ଆପଣ ଏନଡିଏର ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି । ଆପଣଙ୍କ ଏହି କାମ ଦଳ ବିରୋଧୀ, ତେଣୁ ପାର୍ଟିର ଛବି ଖରାପ ହେଉଛି । ପାର୍ଟିର ଅନୁଶାସନ ବିରୋଧରେ ଆପଣ ଏଭଳି କାର୍ଯ୍ୟ କରିଛନ୍ତି । ଆପଣଙ୍କ ଦଳ ବିରୋଧୀ କାମ ଯୋଗୁଁ ମାନନୀୟ ପ୍ରଦେଶର ଅଧ୍ୟକ୍ଷଙ୍କ ଆଦେଶ ଅନୁସାରେ ପାର୍ଟିରୁ ନିଷ୍କାସିତ କରାଯାଉଛି ।

ସୂଚନାଯୋଗ୍ୟ, ବିଜେପି ପ୍ରଥମେ ତାଙ୍କୁ ପଶ୍ଚିମବଙ୍ଗର ଆସନସୋଲରୁ ଟିକେଟ୍ ଦେଇଥିଲା । କିନ୍ତୁ ସେ ସିଟ୍ରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ । ଏହାପରେ ସେ ବିହାରର କାରାକାଟ ଆସନରୁ ଲଢ଼ିବାକୁ ଘୋଷଣା କରିଥିଲେ । ଏହି ସିଟରେ ଆସନ୍ତା ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ ୪ ତାରିଖରେ ଫଳାଫଳ ବାହାରିବ ।

Leave A Reply

Your email address will not be published.