ମହାରାଷ୍ଟ୍ରରେ ବଜାୟ ରହିଲା ବିଜେପି-ଶିବସେନା ମେଣ୍ଟ

ମହାରାଷ୍ଟ୍ର(କେନ୍ୟୁଜ୍) : ମହାରାଷ୍ଟ୍ରରେ ବଜାୟ ରହିଲା ବିଜେପି-ଶିବସେନା ମେଣ୍ଟ । ଉଭୟ ଦଳ ମଧ୍ୟରେ ଆସନ ଭାଗବଣ୍ଟା ଛିଣ୍ଡିଛି । ଆସନ୍ତା ଲୋକସଭା ନିର୍ବାଚନରେ ୨୫ଟି ଆସନରେ ବିଜେପି ଲଢିବ । ସେହିପରି ୨୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଶିବସେନା । ଉଭୟ ଦଳ ବିଧାନସଭା ନିର୍ବାଚନରେ ମଧ୍ୟ ଏକାଠି ଲଢିବେ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଘୋଷଣା କରିଛନ୍ତି । ଆସନ ଭାଗବଣ୍ଟା ନେଇ ଘୋଷଣା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଉପସ୍ଥିତ ଥିଲୋ । ମହାରାଷ୍ଟ୍ରରେ ବିଜେପି-ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ପରେ ଖୁସି ପ୍ରକାଶ କରିଛନ୍ତି ଅମିତ ଶାହ । କହିଛନ୍ତି ରାଜ୍ୟର ୪୮ଟି ଆସନ ମଧ୍ୟରୁ ମେଣ୍ଟ ୪୫ଟି ଆସନ ଦଖଲ କରିବ । ଉଭୟ ଦଳ ମଧ୍ୟରେ ଆଉ ମତଭେଦ ନାହିଁ ।
ଏପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଉଭୟ ଦଳର ସମ୍ପର୍କ ୩୦ ବର୍ଷ ପୁରୁଣା । ଏବେ ଦୁଇ ଦଳ ମଧ୍ୟରେ ମତଭେଦ ନାହିଁ । କିଛି ବର୍ଷ ହେଲା ବିଜେପି ଓ ଶିବସେନା ମଧ୍ୟରେ କଥା କଟାକଟି ଜାରି ରହିଥିଲା । କେନ୍ଦ୍ରରେ ସହଯୋଗୀ ଦଳ ହୋଇଥିଲେ ବି ବିଜେପିର ନୀତିକୁ ଶିବସେନା ଖୋଲାଖୋଲି ବିରୋଧ କରିଆସୁଥିଲ । ଫଳରେ ଉଭୟ ଦଳ ମଧ୍ୟରେ ମେଣ୍ଟକୁ ନେଇ ସନ୍ଦେହ ଲାଗି ରହିଥିଲା । ୨୦୧୪ ମସିହା ଲୋକସଭା ନିର୍ବଚନରେ ବିଜେପି ୨୪ ଓ ଶିବସେନା ୨୦ଟି ଆସନରେ ଲଢିଥିଲେ । ଅନ୍ୟ ସହଯୋଗୀ ଦଳକୁ ୪ଟି ଆସନ ଛଡାଯାଇଥିଲ । ବିଜେପି ୨୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଶିବସେନା ୧୮ଟି ଆସନରେ ବାଜି ମାରିଥିଲା ।