ହରିଆଣାରେ ପୁଣି ଫୁଟିଲା ପଦ୍ମ, ଫେଲ ମାରିଲା ସବୁ ଏକଜିଟ୍ ପୋଲ୍ ଆକଳନ

ହରିଆଣାରେ ପୁଣି ଫୁଟିଲା ପଦ୍ମ । ଫେଲ ମାରିଲା ସବୁ ଏକଜିଟ୍ ପୋଲ୍ ଆକଳନ । ବିଜେପିର ହ୍ୟାଟ୍ରିକ ସୋ । ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ । ଏହା ଠାରୁ ଆଗରେ ରହିଛି ବିଜେପି । ବିଜେପି ୪୯ ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୩୬ ସିଟରେ ଆଗୁଆ ରହିଛି । ତିନି ଜଣ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ମାତ୍ରାଧିକ ଆତ୍ମବିଶ୍ବାସ ଏବଂ ନେତାଙ୍କ ମଧ୍ୟରେ ସମନ୍ବୟର ଅଭାବ କଂଗ୍ରେସର ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଛି । ତେବେ ପରାଜୟକୁ ମାନିବାକୁ ପ୍ରସ୍ତୁତ ନୁହେଁ କଂଗ୍ରେସ ।

You might also like