୯ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ସବୁ ଅସନ ଜିତିବା ପାଇଁ ବିଜେପିର ପଣ, ଦୁର୍ବଳ ବୁଥ୍‌କୁ ଚିହ୍ନଟ କରି ଜନ ସମ୍ପର୍କ ବଢାଇବାକୁ ପରାମର୍ଶ ଦେଲେ ମୋଦି

କେନ୍ୟୁଜ୍(ବ୍ୟୁରୋ): ୨୦୨୪ ଉପରେ ବିଜେପି ଆଖି। ସେଥିପାଇଁ ଚଳିତ ବର୍ଷ ପାଇଁ ଟାର୍ଗଟ୍‌ ୯ରୁ ୯। ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ୨୦୨୪ ଜିତିବାକୁ ହେଲେ ଚଳିତ ବର୍ଷ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ଜିତିବାକୁ ହେବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କହିଛନ୍ତି। ଆଜି ନୂଆଦିଲ୍ଲୀର ଏନଡିଏମସି କନ୍‌ଭେନ୍‌ସନ ସେଣ୍ଟରରେ ଆରମ୍ଭ ହୋଇଛି ଦୁଇଦିନିଆ ବିଜେପି ଜାତୀୟ କାର୍ଯ୍ୟକାରିଣୀ। ଦେଶରେ ଦୁର୍ବଳ ଥିବା ବୁଥ୍‌କୁ ଚିହ୍ନଟ କରି ଜନ ସମ୍ପର୍କ ବଢାଇବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ। ବିଜେପି ୭୨ ହଜାର ଏପରି ବୁଥ୍‌କୁ ଚିହ୍ନଟ କରିଥିଲା। ୧ ଲକ୍ଷ ୩୨ ହଜାର ବୁଥରେ ବିଜେପି ପହଞ୍ଚି ସାରିଛି।

୨୦୨୩ ବିଜେପି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଦଳକୁ ୯ଟି ରାଜ୍ୟର ନିର୍ବାଚନରେ ବିଜୟ ସହ ସହ ୨୦୨୪ରେ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି କହିଛନ୍ତି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା। ଚଳିତ ମାସରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହି କାର୍ଯ୍ୟକାରିଣୀରେ ତାଙ୍କ କାର୍ଯ୍ୟକାଳ ଅବଧି ବଢ଼ାଯିବା ନେଇ ଆଲୋଚନା ହେବା ସୂଚନା ଥିଲା । କିନ୍ତୁ ସେଭଳି କୌଣସି ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ବୈଠକରେ ୨୦୨୪ ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି। ଆଜିର କାର୍ଯ୍ୟକାରିଣୀ ଆରମ୍ଭ ପୂର୍ବରୁ ଦିଲ୍ଲୀରେ ଗ୍ରାଣ୍ଡ ରୋଡ୍‌ ସୋ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକାରିଣୀରେ ୩୫ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟର ସଭାପତି ଓ ୩୫୦ କାର୍ଯ୍ୟକାରୀ ସଦସ୍ୟ ଯୋଗ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.