ପାକ୍ ସେନା ଉପରେ BLA ଆକ୍ରମଣ : ରିମୋଟ୍ ସାହାଯ୍ୟରେ ଉଡ଼ାଇ ଦେଲେ ଗାଡ଼ି, ୭ ସୈନିକ ମୃତ

ବଲୁଚ୍ ବିଦ୍ରୋହୀମାନେ ପୁଣି ଥରେ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନ ସେନା ଉପରେ ବଲୁଚ୍ ଲୋକଙ୍କ ଦ୍ବାରା ଏହା ଦ୍ବିତୀୟ ବଡ଼ ଆକ୍ରମଣ, ଯେଉଁଥିରେ ୭ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି ।

ଏହି ଆକ୍ରମଣ ବୋଲାନର ମାଚକୁଣ୍ଡରେ କରାଯାଇଥିଲା । ବଲୁଚ୍ ଲିବରସେନ୍ ଆର୍ମିର ସ୍ପେଶାଲ୍ ଟାକ୍ଟିକାଲ୍ ଅପରେସନ୍ସ ସ୍କ୍ବାଡ୍ ପାକିସ୍ତାନୀ ସେନାର ଏକ ଗାଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଏଥି ସହ ରିମୋଟ ବ୍ୟବହାର କରି ପାକିସ୍ତାନୀ ସେନା ଗାଡ଼ିକୁ ଉଡ଼ାଇ ଦିଆଯାଇଥିଲା ।

ଏହି ଆକ୍ରମଣ ସେହି ସମୟରେ କରାଯାଇଥିଲା ଯେତେବେଳେ ପାକିସ୍ତାନୀ ସେନା ମିଲିଟ୍ରି ଅପରେସନ୍ ପାଇଁ ପ୍ରସ୍ତିୁତି କରୁଥିଲା । ଏଥି ସହ ଏହି ଆକ୍ରମଣରେ ୭ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ଏହା ପୂର୍ବରୁ ମଧ୍ୟ BLA ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ଅନେକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ କେଚ୍ ଜିଲ୍ଲାର କିଲାଗ ଅଞ୍ଚଳରେ ହୋଇଥିଲା, ଯେଉଁଠାରେ ପାକିସ୍ତାନୀ ସେନାର ଏକ ଦଳକୁ ଟାର୍ଗେଟ କରାଯାଇଥିଲା ।

ବେଲୁଚିସ୍ତାନ ସମ୍ପର୍କରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖାକାନ ଆବାସି କହିଛନ୍ତି ଯେ ବେଲୁଚିସ୍ତାନ ଲଗାମରେ ରହୁନଥିବା ଘୋଡା ପରି, ଯାହା ଉପରେ ପାକିସ୍ତାନର ଆଉ କୌଣସି ନିୟନ୍ତ୍ରଣ ନାହିଁ ଏବଂ ଏହା ରାତି ସମୟରେ ଆହୁରି ଲଗାମ ହୀନ ହୋଇଯାଏ ।