ଦେଶ ବିଦେଶ

ଜୟପୁରରେ ୧୦୦ ବ୍ୟକ୍ତିଗତ ଲକର୍‌ରେ ରହିଛି ୫୦୦ କୋଟିର କଳାଧନ ଓ ୫୦ କିଲୋ ସୁନା; ନେତା ଆଣିଲେ ବଡ଼ ଅଭିଯୋଗ

ଜୟପୁରରେ ୧୦୦ ବ୍ୟକ୍ତିଗତ ଲକର୍‌ରେ ରଖାଯାଇଛି ୫୦୦ କୋଟି ଟଙ୍କାର କଳାଧନ ଏବଂ ୫୦ କିଲୋଗ୍ରାମ୍‌ ସୁନା। ଏଭଳି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ବିଜେପିର ରାଜ୍ୟସଭା ସଦସ୍ୟ କିରୋଡି ଲାଲ୍‌ ମିଣା। ସେ ପୋଲିସ ଉପସ୍ଥିତିରେ ଲକର୍‌ ଖୋଲିବାକୁ ଦାବି କରିଛନ୍ତି।

ବିଧାନସଭା ନିର୍ବାଚନ ଘୋଷଣା ପରଠାରୁ ବର୍ତ୍ତମାନ ରାଜସ୍ଥାନରେ ରାଜନୀତି ସରଗରମ୍‌ ରହିଛି। ତେବେ କିରୋଡି ଲାଲ ମିଣା ଏହି ଲକର୍‌ କାହାର ବୋଲି ଜଣାଇବାକୁ ପ୍ରଥମେ ମନା କରିଦେଇଥିଲେ, କିନ୍ତୁ ପରେ କହିଥିଲେ କି, ୫୦ଟି ଲକର ଅପରେଟ୍‌ ହେଉଛି ଏବଂ ସେଥିମଧ୍ୟରୁ ୧୦ଟି କିଛି ଅଧିକାରୀଙ୍କର ରହିଛି। ମିଣା ଅଭିଯୋଗ କରିଛନ୍ତି ଯେ ଏହି ଲକର୍‌ରେ ପେପର୍‌ ଲିକ୍, ଆଇଟି (ସୂଚନା ପ୍ରଯୁକ୍ତିବିଦ୍ୟା) ଦୁର୍ନୀତି, ଜଳ ଜୀବନ ମିଶନ (ଜେଜେଏମ୍) ଦୁର୍ନୀତିରୁ ଆୟ କରାଯାଇଥିବା କଳା ଧନ ମହଜୁଦ୍‌ ଅଛି।

ଏଭଳି ଆଶ୍ଚର୍ଯ୍ୟଜନକ ଦାବି କରିବା ପରେ କିରୋଡି ଲାଲ ମିଣା ଜୟପୁରର ଗଣପତି ପ୍ଲାଜାରେ ଥିବା ଏକ ଘରୋଇ କମ୍ପାନୀର ଅଫିସ୍‌ରେ ମଧ୍ୟ ପହଞ୍ଚିଥିଲେ। ସେ ଦାବି କରିଥିଲେ କି, ଲକର୍‌ଗୁଡ଼ିକ ଏଠାରେ ରହିଛି। ପୋଲିସ, ଆୟକର ବିଭାଗ ଏବଂ ଅନ୍ୟାନ୍ୟ ଏଜେନ୍ସିର ଅଧିକାରୀମାନେ ଏଥିରେ ହସ୍ତକ୍ଷେପ କରି ଲକର ଖୋଲିବାକୁ ସେ ଦାବି କରିଥିଲେ। କିଛି ସମୟ ପରେ ପୋଲିସ ସେଠାରେ ପହଞ୍ଚିଥିଲା।

ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମିଣା କହିଥିଲେ, ଯେଉଁ ପରିସରରେ ଲକର୍‌ ରହିଛି, ତାହାର ମୁଖ୍ୟ ଫାଟକକୁ ପୋଲିସ ସିଲ୍ କରିଦେଇଛି। ସେ ଦାବି କରିଛନ୍ତି, ଆୟକର ବିଭାଗର ଏକ ଟିମ୍ ସେଠାରେ ପହଞ୍ଚିଥିଲା ଏବଂ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ମଧ୍ୟ ମାମଲାର ତଦନ୍ତ ପାଇଁ ସେଠାରେ ପହଞ୍ଚିଥିଲା।

Roshni

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

2 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

28 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

32 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

34 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

40 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

52 mins ago