ଆକାଶରେ ଦେଖାଯିବ ଅଦ୍ଭୁତ ଘଟଣା, ଆଜି ରାତିରେ ଦେଖାଯିବ କଳା ଜହ୍ନ

ଆଜି ଆକାଶରେ ଦେଖାଯିବ କଳା ଜହ୍ନ । ଆକାଶରେ ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିବ । ଏସିଆ, ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଏହା ଆଜି ଦୃଶ୍ୟମାନ ହେବ । ଭାରତ ଆକାଶରେ ଆସନ୍ତାକାଲି ଭୋର୍ ଅର୍ଥାତ ସକାଳ ୩.୫୭ ଟା ବେଳେ ଏହା ଦେଖିବାକୁ ମିଳିବ ।

ତେବେ ଖବର ମୁତାବକ, ଆମେରିକା ଲୋକ ଆକାଶରେ କଳା ଜହ୍ନ ୩୦ ଡିସେମ୍ବର ସନ୍ଧ୍ୟା ୫.୨୭ ମିନିଟରେ ଦେଖିବାକୁ ମିଳିବ । ସେହିପରି ୟୁରୋପ, ଆଫ୍ରିକା ଏବଂ ଏସିଆର ଲୋକ ଏହାକୁ ୩୧ ଡିସେମ୍ବରକୁ ଦେଖିପାରିବେ । ଭାରତର ଲୋକ ଏହାକୁ ୩୧ ଡିସେମ୍ବର ସକାଳ ୩.୫୭ ମିନିଟରେ ଦେଖିବେ ।

ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ । ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ । ସେହିପରି ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି ତାହାକୁ କଳା ଜହ୍ନ ବୋଲି କୁହାଯାଏ । ନୀଳ ଜହ୍ନ ଭଳି କଳା ଜହ୍ନ ମଧ୍ୟ ଦୁଲର୍ଭ ଘଟଣା ବୋଲି ଜଣାଯାଇଛି ।

କଳା ଜହ୍ନ ଠିକ୍ ନୀଳ ଜହ୍ନ ଭଳି । ନୀଳ ଜହ୍ନର ସମ୍ବନ୍ଧ ପୂର୍ଣ୍ଣିମା ସହିତ ରହିଥିବା ବେଳେ କଳା ଜହ୍ନ ସମ୍ବନ୍ଧ ଅମାବାସ୍ୟା ସହିତ ରହିଛି । ତେବେ କଳା ଜହ୍ନ ୨୯ ମାସରେ ଥରେ ଆସିଥାଏ ।

କଳା ଜହ୍ନ ସେମିତିରେ ଦେଖାଯିବନି । କିନ୍ତୁ ରାତିରେ ଏହାର ପ୍ରଭାବ ରହିଥାଏ । କଳା ଅନ୍ଧାର ରାତିରେ ଜହ୍ନର କିଛି ଅଂଶ ଦେଖାଯିବ । ଆଗାମୀ କଳା ଜହ୍ନ ୨୩ ଅଗଷ୍ଟ ୨୦୨୫ରେ ଦେଖାଯିବ । ଏହାପରେ ୩୧ ଅଗଷ୍ଟ ୨୦୨୭ରେ ଦେଖା ହେବ ।