ମୁମ୍ବାଇ ଧାରାଭିରେ ଏଲପିଜି ଟ୍ରକରେ ନିଆଁ, ଫାଟିଲା ୩୦୦ ସିଲିଣ୍ଡର

ମୁମ୍ବାଇର ଧାରାଭି ଅଞ୍ଚଳରେ ଏଲପିଜି ଟ୍ରକରେ ନିଆଁ । ଭୟଙ୍କର ଶବ୍ଦ କରି ଫାଟିଲା ୩୦୦ରୁ ଅଧିକ ସଲିଣ୍ଡର । ଗତକାଲି ରାତିରେ ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକରେ ହଠାତ ନିଆଁ ଲାଗିଯିବାରୁ ସେଥିରେ ଥିବା ୩୦୦ରୁ ଅଧିକ ଗ୍ୟାସ ସିଲିଣ୍ଡର ଫାଟିଥିଲା । ଏହାର ଶବ୍ବ ଓ ନିଆଁ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।
ସୂଚନା ପାଇ ପୋଲିସ, ଦମକଳ ଗାଡ଼ି ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ଏଥିରେ କାହାର କିଛି କ୍ଷତି ହୋଇନି କି ଧନଜୀବନ ହାନି ହୋଇନି ।
ସ୍ଥାନୀୟ ବିଧାୟକ ବାବୁରାଓ ମାଣେ କହିଛନ୍ତି, ଧାରାଭି ନେଚର ପାର୍କ ନିକଟରେ ସିଲିଣ୍ଟର ଭର୍ତ୍ତି ଟ୍ରକରେ ନିଆଁ ଲାଗିଯାଇଥିଲା । ଏଥିରେ ସିଲିଣ୍ଡର ଭର୍ତ୍ତି ହୋଇଥିଲା । ନିଆଁ ଲାଗିବା ଯୋଗୁଁ ସବୁ ସିଲିଣ୍ଡର ଫାଟିଥିଲା । ଘଟଣା ସ୍ଥଳରେ ୨୦ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି ।
#WATCH | Mumbai, Maharashtra | A truck carrying gas cylinders caught fire at Nature Park, PNGP Colony on Sion-Dharavi Link Road, Dharavi. The Mumbai Fire Brigade is present at the spot. No casualties were reported. More details are awaited. pic.twitter.com/DPYOHLfm7S
— ANI (@ANI) March 24, 2025
ତେବେ ଧାରାଭିରେ ନୋ ପାର୍କିଂ ଜୋନରେ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ରକ ପାର୍କିଂକୁ ନେଇ ଏବେ ପ୍ରଶ୍ନବାଚୀ ସ୍ଷ୍ଟି ହୋଇଛି । ସାଂସଦ ବର୍ଷା ଗାୟକୱାଡ କହିଛନ୍ତି, ଏହାକୁ ନେଇ ଅଭିଯୋଗ ହୋଇଛି । ବିମାନ ଅନୁମତିରେ କିଭଳି ଟ୍ରକ ଭର୍ତ୍ତି ସିଲିଣ୍ଡର ପାର୍କିଂ ହୋଇଥିଲା ତାହାହର ତଦନ୍ତ କରାଯାଉଛି ।
Also Read :ଗାଜିଆବାଦରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡି ପାଉଁଶ