ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୫ ମୃତ

ମହାରାଷ୍ଟ୍ରର ଭଣ୍ଡାରାରେ ଭୀଷଣ ଅଗ୍ନିକାଣ୍ଡ । ଗୋଳାବାରୁଦ କାରଖାନାରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳୁଛି କାରଖାନା । ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଫସିଥିବା ସୂଚନା ମିଳିଛି । ସକାଳ ପ୍ରାୟ ୧୦ ଟା ୩୦ ମିନିଟ୍ ରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳ ଥରି ଉଠିଥିଲା । ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା ବିସ୍ଫୋରଣର ଶବ୍ଦ । ନିଆଁ ଲିଭାରେ ନିୟୋଜିତ ଅଛନ୍ତି ଅଗ୍ନିଶମ ବାହିନୀ । ସେହିପରି ଉଦ୍ଧାରକାରୀ ଦଳ ଏବଂ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ତେବେ ମହାରାଷ୍ଟ୍ରର ଏକ ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଥିବା କାରଖାନାରେ ସକାଳ ୧୦ଟା ୩୦ରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନାର ଛାତ ଭୁଶୁଡ଼ି ପଡ଼ିଥିଲା । ଫଳରେ ୧୨ରୁ ଉର୍ଦ୍ଧ୍ବ ଲୋକ ଏହି ଛାତ ତଳେ ଚାପି ହୋଇଯାଇଥିଲେ । ରେସ୍କ୍ୟୁ ଅପରେସନରେ ଛାତକୁ ଜେସିବି ସାହାଯ୍ୟରେ ବାହାର କରାଯାଇଛି ।

ଭଣ୍ଡାରା ଜିଲ୍ଲାର ଜବାହାର ନଗର କାରାଖନାରେ ବିସ୍ଫୋରଣ ଖବର ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କାରଖାନାରେ ଛାତ ଭୁଶୁଡ଼ି ପଡ଼ିବା ପରେ ଜେସିବି ଲଗାଇ ଏହାକୁ ବାହାର କରାଯାଇଥିଲା ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି । ତେବେ ବିସ୍ଫୋରଣ କେମିତି ଘଟିଲା ? କାହିଁକି ଘଟିଲା ? ତା’ର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଏନେଇ ମାମଲାରେ ତଦନ୍ତ ଜାରି ରହିଛି । ସେପଟେ ଏହି ଘଟଣାକୁ ନେଇ ରାଜନୀତି ଜୋର୍ ଧରିଛି ।

You might also like