ଅମୃତସରର ଇସଲାମାବାଦ ପୋଲିସ ଷ୍ଟେସନ ନିକଟରେ ଭୟଙ୍କର ବିସ୍ଫୋରଣ, ଗ୍ୟାଙ୍ଗଷ୍ଟର ଜୀୱାନ୍ ଫାଉଜି କଲା ନିଜକୁ ଦାୟୀ

ପଞ୍ଜାବର ଅମୃତସରର ଇସଲାମାବାଦ ପୋଲିସ ଷ୍ଟେସନ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ସକାଳ ପ୍ରାୟ ୩ ଟା ସମୟରେ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ଲୋକ ବିସ୍ଫୋରଣ ଶବ୍ଦ ଶୁଣି ଲୋକମାନେ ଭୟଭୀତ ହୋଇପଡିଛନ୍ତି ।

ଇସଲାମାବାଦ ପୋଲିସ ଷ୍ଟେସନ ଅଧିକାରୀ ଜସବୀର ସିଂ କହିଛନ୍ତି ଯେ, ଆମେ ମଧ୍ୟ ଏହି ଶବ୍ଦ ଶୁଣିଛୁ, କିନ୍ତୁ ପୋଲିସ ଷ୍ଟେସନରେ କୌଣସି ବିସ୍ଫୋରଣ ହୋଇ ନାହିଁ । କେଉଁଠାରେ ବିସ୍ଫୋରଣ ଘଟିଛି ତାହା ଅନୁସନ୍ଧାନ କରାଯାଉଛି ?

ତେବେ ଗ୍ୟାଙ୍ଗଷ୍ଟର ଜୀୱାନ୍ ଫାଉଜି ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ସ୍ଥାନୀୟ ଲୋକ କହିଛନ୍ତି ଯେ, ରାତି ପ୍ରାୟ ୩ ଟାରେ ଏହି ବିସ୍ଫୋରଣ ଘଟିଥିଲା ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଇସଲାମାବାଦ ପୋଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ ପାଇଁ ଗ୍ୟାଙ୍ଗଷ୍ଟର ଜୀୱାନ୍ ଫୌଜି ଦାୟୀ କରିଛି । ଯଦିଓ ଏହା ନିଶ୍ଚିତ ହୋଇନାହିଁ । ଏହି ପୋଷ୍ଟରେ ଲେଖାଯାଇଛି ଯେ ଆଜି ମୁଁ ଅମୃତସରର ଇସଲାମାବାଦ ପୋଲିସ ଷ୍ଟେସନରେ ଫିଙ୍ଗିଥିବା ଗ୍ରେନେଡ ପାଇଁ ନିଜକୁ ଦାୟୀ କରୁଛି । ଡିସେମ୍ବର ୪ ତାରିଖରେ ଅମୃତସରର ମଜିଠା ଥାନାରେ ବିସ୍ଫୋରଣ ହୋଇଥିଲା । ଅଜନାଲା ଥାନା ବାହାରେ ଆଇଇଡି ଜବତ ହୋଇଥିଲା । ଅମୃତସର ପୋଲିସ କମିଶନରେଟ ଗୁରବକ୍ସ ନଗର ପୋଲିସ ଥାନା ଭିତରେ ବିସ୍ଫୋରଣ ହୋଇଥିଲା ।