ଔଷଧ ନେଇ ଘରକୁ ଫେରୁଥିଲେ ଯୁବକ, BMW କାର ଚଢାଇ ମାରିଦେଲେ ଯୁବତୀ
BMW କାର ଚଢାଇ ଯୁବକଙ୍କୁ ମାରିଦେଲେ ଯୁବତୀ । ଦିଲ୍ଲୀର ମୋତିନଗରରେ ଯୁବତ ଜଣକ ଔଷଧ ଧରି ଘରକୁ ଫେରୁଥିବା ବେଳେ ନିଶାଶକ୍ତ ଯୁବତୀ କାର ଚଢାଇ ଦେଇଥିଲେ । ଫଳରେ ଯୁବକଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା ।

ପୁଣି ସାମ୍ନାକୁ ଆସିଲା ହିଟ୍ ଆଣ୍ଡ ରନ୍ ମାମଲା । ପାର୍ଟି ସାରି ବିଏମଡବ୍ଲୁ କାର୍ ଧରି ଘରକୁ ଫେରୁଥିବା ବେଳେ ଯୁବତୀ ଜଣକ ଉପରେ କାର ଚଢାଇ ଦେଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀର ମୋତିନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ଯୁବତୀଙ୍କୁ ଗିରଫ କରିଛି। ଏବେ ଯୁବତୀଙ୍କୁ ଜାମିନ ମିଳିଯାଇଛି । ମୃତକ ଜଣକ ୩୬ ବର୍ଷୀୟ ଅଜୟ ଗୁପ୍ତା ବୋଲି ଜଣାଯାଇଛି। ସେ ନିଜ ଘରକୁ ମେଡିସିନ ଧରି ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।
ଖବର ମୁତାବକ, ୨୮ ବର୍ଷୀୟା ଯୁବତୀ ଜଣକ ଦିଲ୍ଲୀରେ ଜଣେ ଆର୍କିଟେକ ଭାବେ କାମ କରନ୍ତି। ଗତକାଲି ବିଳମ୍ବିତ ରାତିରେ ସେ ପାର୍ଟି ସାରି ନିଜ ବିଏମ୍ଡବ୍ଲ୍ୟୁରେ ଅଶୋକ ବିହାରସ୍ଥିତ ନିଜ ଘରକୁ ଫେରୁଥିଲେ । ମାତ୍ର ବାଟରେ ଚାଲି ଚାଲି ଯାଉଥିବା ୩୬ ବର୍ଷୀୟ ଅଜୟ ଗୁପ୍ତାଙ୍କ ଉପରେ ଚଢ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।
Delhi | A man died after he was hit by a woman driving a BMW car in West Delhi’s Moti Nagar area at around 4 am, earlier today. FIR registered, accused arrested. Further probe underway: Police pic.twitter.com/PVIKCJqC7S
— ANI (@ANI) May 21, 2023
ଗତକାଲି ରାତିରେ ଅଜୟ ଏକ ମେଡିସିନ ଦୋକାନରୁ କିଛି ମେଡିସିନ ଧରି ସେ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଏହି ସଡ଼କ ଦୁର୍ଘଟଣା ପରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପୋଲିସ ଏ ସଂକ୍ରାନ୍ତରେ ଏତଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଯୁବତୀଙ୍କୁ ୨୭୯/୩୩୭ ଏବଂ ୩୦୪ ଏ ଅଧିନରେ ମାମଲା ରୁଜୁ ହୋଇ ଗିରଫ କରାଯାଇଥିଲା । ତେବେ ଏବେ ଯୁବତୀଙ୍କୁ ଜାମିନ ମିଳିଯାଇଛି । ପୋଲିସ କାରକୁ ଜବତ କରିଛି ।