ବାଜପେୟୀଙ୍କ ଅସ୍ଥି ବିସର୍ଜନ ବେଳେ ଓଲଟିଲା ଡଙ୍ଗା : ନଦୀରେ ପଡିଲେ ନେତା

ଉତ୍ତରପ୍ରଦେଶ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ସମୟରେ ଅଘଟଣ । ଡଙ୍ଗା ଓଲଟିପଡିବାରୁ ନଦୀରେ ପଡିଲେ ମନ୍ତ୍ରୀ ଏବଂ ସାଂସଦ । ଘଟଣାଟି ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଘଟିଛି । ସୂଚନା ଅନୁଯାୟୀ, କିନ୍ତୁ କୁଆନୋ ନଦୀରେ ଅସ୍ଥି ବିସର୍ଜନ ବେଳେ ଏହି ଦୁର୍ଘଟଣାଟି ଘଟିଛି । ଯାହା ଫଳରେ ଡଙ୍ଗାରେ ଥିବା ସମସ୍ତ ମନ୍ତ୍ରୀ, ସାଂସଦ ଏବଂ ପୋଲିସ୍ ଅଫିସର୍ ପାଣିରେ ପଡିଯାଇଥିଲେ । ତେବେ ଦୁର୍ଘଟଣାରେ କାହାର ଜୀବନ ଯାଇନାହିଁ । ସୂଚନା ଅନୁସାରେ ଡଙ୍ଗାରେ ପ୍ରାୟ ୧୭ ଜଣ ଲୋକ ଥିଲେ । ସନ୍ତୁଳନ ହରାଇବାରୁ ଦୁର୍ଘଟଣାଟି ଘଟିଛି ବୋଲି କହିଛନ୍ତି ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ ।