ଆନ୍ଧ୍ର ପ୍ରଦେଶ: ଦୁଃଖ ଦେଲା ଗୋଦାବରୀ, ଅକାଳରେ ନେଇଗଲା ୧୨ ଜୀବନ

ଗୋଦାବରୀ ନଦୀରେ ବୁଡ଼ିଗଲା ପର୍ଯ୍ୟଟକ ଡଙ୍ଗା। ଆନ୍ଧ୍ର ପ୍ରଦେଶ ଦେବୀପଟ୍ଟନମରେ ଦୁର୍ଘଟଣା ଘଟିଛି। ଡଙ୍ଗାବୁଡ଼ିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ବୋଟ୍‌ରେ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୬୦ ଜଣ ଥିଲେ। ୧୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୪୦ ଜଣ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏନଡିଆରଏଫ୍‌, ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ନଦୀ ଜୁଆରିଆ ଥିବାରୁ ଉଦ୍ଧାର କାର୍ଯ୍ୟ ସହଜ ହେଉ ନାହିଁ।

ଆଜି ଅପରାହ୍‌ଣରେ ଯାତ୍ରୀଙ୍କୁ ନେଇ ରାଜମହେନ୍ଦ୍ରୀରୁ ପାପିଲିକୁଣ୍ଡୁଲମ୍‌ ଯିବାବେଳେ ମଝି ନଈରେ ଡଙ୍ଗା ବୁଡ଼ି ଯାଇଥିଲା। ହଠାତ ନଦୀ ଜୁଆରିଆ ହେବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିବା ସୂଚନା ରହିଛି।

GODABARI DEAD BODY

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ଵିଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଡଙ୍ଗାବୁଡ଼ି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.