ସମୁଦ୍ର ମଝିରେ ଧୁ ଧୁ ହୋଇ ଜଳିଲା ଡଙ୍ଗା, ୧୮ ଜଣ ସୁରକ୍ଷିତ ଭାବେ ଉଦ୍ଧାର

ମହାରାଷ୍ଟ୍ର ଅଲିବାଗ ନିକଟରେ ସମୁଦ୍ରରେ ଏକ ଡଙ୍ଗାରେ ନିଆଁ ଲାଗିଯାଇଛି । ଡଙ୍ଗାରେ ଥିବା ୧୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଡଙ୍ଗା ମାଛ ଧରିବା ପାଇଁ ଯାଇଥିଲା । କିନ୍ତୁ ସଟସର୍କିଟ ଯୋଗୁଁ ହଠାତ୍ ଡଙ୍ଗାରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଡଙ୍ଗାକୁ କୂଳକୁ ନିଆଯାଇ ନିଆଁକୁ ଆୟତ୍ତ କରାଯାଇଥିଲା ।
ଖବର ମୁତାବକ, ଅଲିବାଗ ନିକଟରେ ଡଙ୍ଗା ମାଛ ଧରିବା ପାଇଁ ଯାଇଥିଲା । ଡଙ୍ଗାରେ ମୋଟ ୧୮ ଜଣ ଲୋକ ରହିଥିଲେ । ଏଥିରେ ଥିବା ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହି ଡଙ୍ଗା ଅଲିବାଗ ନିକଟ ସ୍ଥିତି ସାଖର ଗାଁର ମାରୁତି ଗଣଙ୍କର ରହିଥିଲା । ସେ ଏହି ଡଙ୍ଗା ଜରିଆରେ ସମୁଦ୍ରକୁ ମାଛ ଧରିବାକୁ ଯାଉଥିଲେ । କିନ୍ତୁ ଡଙ୍ଗାଟି ନିଆଁ ଲାଗିବା ଯୋଗୁଁ ୮୦ ପ୍ରତିଶତ ପୋଡିଯାଇଛି ।
#WATCH | Maharashtra: The fishing boat of one Rakesh Gan caught fire 6-7 nautical miles from the coast in Raigad district in In Akshi Alibaug, around 3-4 am. Indian Coast Guard and Indian Navy rescued all 18 crew members from the boat safely: Raigad SP
(Video: Raigad Police) pic.twitter.com/6f4MFm0aQn
— ANI (@ANI) February 28, 2025
ଡଙ୍ଗାରେ ନିଆଁ ଲାଗିବା ପରେ ଆଖପାଖରେ ଥିବା କୋଷ୍ଟଗାର୍ଡ ଜାହାଜ ପହଞ୍ଚିଥିଲା । କୋଷ୍ଟଗାର୍ଡ ତରଫରୁ ଉଦ୍ଧାର ପାଇଁ ସମସ୍ତ ସହାୟତା କରାଯାଇଥିଲା ।
ସୂଚନାଯୋଗ୍ୟ, ମୁମ୍ବାଇ ଗେଟ୍ ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା । ଫଳରେ ଡଙ୍ଗାଟି ବୁଡି ଯାଇଥିଲା । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ଭିତରେ ୧୦ ଜଣ ସାଧାରଣ ଲୋକ ଓ ୩ ଜଣ ନୌସେନା କର୍ମଚାରୀ ରହିଥିଲେ । ପର୍ଯ୍ୟଟକଙ୍କୁ ନେଇ ଏଲିଫାଣ୍ଟା ଯାଉଥିଲା ଏହି ଡଙ୍ଗା । କରଞ୍ଜ ନିକଟ ଉରାନରେ ହଠାତ୍ ନୌସେନାର ସ୍ପିଡ୍ ବୋଟ ଆସି ଡଙ୍ଗାକୁ ଧକ୍କା ଦେଇଥିଲା ।
Also Read : ମୁମ୍ବାଇ ଡଙ୍ଗା ଟ୍ରାଜେଡି : ନିୟନ୍ତ୍ରଣ ହରାଇ ଫେରୀକୁ ଧକ୍କା ଦେଇଥିଲା ନୌସେନାର ସ୍ପିଡ ବୋଟ୍, କାହା ପାଖରେ ନଥିଲା…