ଦେଶ ବିଦେଶ

ଲିବିୟା: ୪୦୦ ଲୋକଙ୍କ ଜୀବନ ଉପରେ ସଙ୍କଟ, ମଝି ସମୁଦ୍ରରେ ଅଟକି ରହିଛି କ୍ୟାପଟେନ ବିହୀନ ଜାହାଜ

ଆଫ୍ରିକୀୟ ଦେଶରୁ ୟୁରୋପକୁ ସମୁଦ୍ର ପଥ ଦେଇ ଯାଉଥିବା ଡଙ୍ଗା ଓ ଜାହାଜ ବୁଡ଼ିଯିବା ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଖବର ରହିଛି କି, ବର୍ତ୍ତମାନ ୪୦୦ ଲୋକଙ୍କୁ ନେଇ ଯାଉଥିବା ଏକ ଜାହାଜର ଇନ୍ଧନ ସରିଯିବାରୁ ତାହା ମଝି ସମୁଦ୍ରରେ ଅଟକି ରହିଛି। ଜାହାଜର କ୍ୟାପଟେନଙ୍କର କୌଣସି ଖୋଜ୍‌ ଖବର ନାହିଁ। ଜାହାଜଟି ମାଲ୍ଟା ଓ ଲିବିୟା ମଧ୍ୟରେ ରହିଯାଇଛି। ତେବେ ଏଥିରେ ଥିବା ଲୋକମାନେ ପ୍ରବାସୀ ବୋଲି କୁହାଯାଉଛି। ସେମାନଙ୍କୁ ସମୁଦ୍ରରେ ବୁଡ଼ିଯିବାର ଭୟ ଘାରିଛି।

ଜର୍ମାନୀର ଏକ ଏନ୍‌ଜିଓ ‘ସି-ୱାଚ୍ ଇଣ୍ଟରନ୍ୟାସନାଲ’ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଘଟଣା ବିଷୟରେ ସୂଚନା ଦେଇଛି। ଭୂମଧ୍ୟ ସାଗରରେ ସଙ୍କଟଗ୍ରସ୍ତ ଡଙ୍ଗା ଏବଂ ଜାହାଜ ଉପରେ ନଜର ରଖୁଥିବା ଏକ ସପୋର୍ଟ ସର୍ଭିସ୍‌ ‘ଅଲାର୍ମ ଫୋନ୍’ କହିଛି ଯେ ଲିବିୟାର ତୋବ୍ରୁକ୍ ଛାଡିଥିବା ଏକ ଜାହାଜରୁ ଗତକାଲି ରାତିରେ ସେମାନ ପାଖକୁ କଲ୍‌ ଆସିଥିଲା। ଜାହାଜରେ ଫସି ରହିଥିବା ଲୋକମାନେ ସେମାନଙ୍କୁ ବଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ଯଦିଓ ଏ ପର୍ଯ୍ୟନ୍ତ କୌଣସି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ।

‘ଅଲାର୍ମ ଫୋନ୍’ କହିବା ହେଲା, ସେମାନେ ଭୂମଧ୍ୟ ସାଗରରେ ଫସି ରହିଥିବା ଜାହାଜ ବିଷୟରେ ସମ୍ପୃକ୍ତ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। ଜାହାଜଟିର ଇନ୍ଧନ ସରିଯାଇଛି ଏବଂ ଏହାର ତଳ ଡେକ୍ ପାଣିରେ ପରିପୂର୍ଣ୍ଣ ରହିଛି। ଏପରି କି, କ୍ୟାପଟେନ ମଧ୍ୟ କେଉଁଠି ଗାଏବ ଅଛନ୍ତି, ଯାହାଫଳରେ ବର୍ତ୍ତମାନ ଉକ୍ତ ଜାହାଜକୁ ପରିଚାଳନା କରିବାକୁ କେହି ନାହାନ୍ତି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago