ଆକାଶରୁ ଖସିଲା ଶବ…. ଆଉ ତାପରେ ଅଳ୍ପକେ ବଞ୍ଚିଗଲା ବଗିଚାରେ ଖରା ଖାଉଥିବା ବ୍ୟକ୍ତିଙ୍କ ଜୀବନ

ଲଣ୍ଡନ : ସାଉଥ ବେଷ୍ଟ ଳଣ୍ଡନରେ ଜଣେ ବ୍ୟକ୍ତି ନିଜ ଘର ବାହାର ବଗିଚାରେ ଖରା ପୋଉଁ ଥିଲେ। ହଠାତ୍ ସେହି ସମୟରେ ଖୁବ ଜୋରରେ ଶବ୍ଦ ହେଲା। ଦେଖିଲା ବେଳକୁ ତାଙ୍କଠାରୁ ମାତ୍ର ଗୋଟିଏ ମିଟର ଦୂରରେ ଜଣେ ମୃତକ ବ୍ୟକ୍ତିଙ୍କ ଶରୀର ପଡିଥିଲା। ସେ ଏହା ଦେଖି ବହୁତ ଚିନ୍ତିତ ହୋଇଗଲେ। ସେ ଭାବିବାକୁ ଲାଗିଲା କି ଯଦି ସେହି ଶବଟି ତାଙ୍କ ଉପରେ ପଡିଥାନ୍ତା ତେବେ କଣ ହୋଇଥାନ୍ତା । ସମ୍ଭବପର ଥିଲା କି ତାଙ୍କ ବଞ୍ଚିବା କଷ୍ଟକର ହୋଇଯାଇଥାନ୍ତା।

ନିଶ୍ଚିତ ପଢ଼ନ୍ତୁ: ଭଲ ପାଠ ପଢ଼ିବା ହେଲା କାଳ ! ଭଉଣୀ ପ୍ରତି ଈର୍ଷାରେ ଭାଇମାନେ କରୁଥିଲେ ଏଭଳି ଜଘନ୍ୟ କାଣ୍ଡ,…

ହଠାତ ଉପରୁ ପଡିଥିବା ଶବଟି କେନିଆ ଏୟାରୱେଜର ବିମାନରୁ ପଡିଥିଲା। ଏହି ଘଟଣାଟି ରବିବାର ଦିନ ଘଟିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଉପରୁ ପଡିଥିବା ବ୍ୟକ୍ତି ଜଣଙ୍କର କୌଣସି ପରିଚୟ ମିଳିନାହିଁ। ତେବେ ବିମାନରୁ ଖସିଥିବା ଶବ ବିମାନର ଲ୍ୟାଣ୍ଡିଂ ଗିୟର କମ୍ପାର୍ଟମେଣ୍ଟରେ ଲୁଚି ଯାତ୍ରା କରୁଥିବା ଜଣାପଡିଛି।

ତେବେ ପୋଲିସ ସୂଚନା ମୁତାବକ, ମୃତକ ବ୍ୟକ୍ତି ଜଣଙ୍କ କେନିଆର ହୋଇଥିବା ବେଳେ ତାଙ୍କର ପରିଚୟ ବର୍ତ୍ତମାନ ପର‌୍ୟ୍ୟନ୍ତ ଜଣାପଡିନାହିଁ। ବ୍ୟକ୍ତି ଜଣଙ୍କ କେନିଆର ରାଜଧାନୀ ନୋରୱେରୁ କେନିଆ ଏୟାରୱେଜ୍ ପ୍ଳାଇଟ୍ କେକ୍ୟୁ ୧୦୦ରେ ଯାତ୍ରା କରୁଥିଲେ। ତେବେ ମୃତକଙ୍କ ଶରୀର ଏତେ ମାତ୍ରାରେ କ୍ଷତବିକ୍ଷତ ହୋଇଛି କି ତାହାର ଚିହ୍ନଟ କରିବା କଷ୍ଟକର ହୋଇଛି। ଏପରିକି ତାହା ମହିଳା ନା ପୁରୁଷଙ୍କ ଶରୀର ବୋଲି ମଧ୍ୟ କିଛି ଜଣାପଡୁନାହିଁ। ତେବେ ବିମାନର ଗିୟର କମ୍ପାର୍ଟମେଣ୍ଟରେ ଗୋଟିଏ ବ୍ୟାଗ୍, ପାଣି ଏବଂ କିଛି ଖାଇବା ମିଳିଲା। ଏବେ ଘଟଣାର ତଦନ୍ତ କେନିଆ ଏୟାରୱେଜ୍ କରୁଥିବା ଜଣାପଡିଛି।

KNews Bureau

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

5 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

20 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

37 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

50 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

59 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

1 hour ago