ଲଜ୍‌ରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ନଗ୍ନ ମୃତଦେହ, ସବୁ ଜିନିଷ ଧରି ଫେରାର ପୁରୁଷ ପାର୍ଟନର! ଜାଣନ୍ତୁ ପୂରା ମାମଲା

ମୁମ୍ବାଇରେ ଜଣେ ମହିଳାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଗୋରେଗାଓଁର ଏହି ମହିଳାଙ୍କର ମୁଣ୍ଡବିହୀନ ନଗ୍ନ ମୃତଦେହ ମାଥେରନର ଏକ ଲଜ୍‌ରୁ ମିଳିଛି। ମାମଲା ରବିବାରର ଏବଂ ମହିଳାଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପୋଲିସର କହିବା ମୁତାବକ, ମହିଳା ଏବଂ ତାଙ୍କ ପାର୍ଟନର ନକଲି ନାମରେ ଏହି ଲଜ୍‌ରେ ରହିଥିଲେ। ଏପରି କି, ସେମାନେ ନିଜ ପରିଚୟ ପତ୍ର ମଧ୍ୟ ଜମା କରି ନ ଥିଲେ। ତେବେ ଏହି ମାମଲାରେ ମହିଳାଙ୍କ ପାର୍ଟନର କେଉଁଆଡ଼େ ଫେରାର ହୋଇ ଯାଇଛନ୍ତି। ହୋଟେଲ ମାଲିକ ଯେତେବେଳେ ମର୍ନିଂ ସେବା ପାଇଁ କୋଠରୀକୁ ଯାଇଥିଲେ, ତ ସେତେବେଳେ ସେ କୋଠରୀରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ।

ଏ ପର୍ଯ୍ୟନ୍ତ ମିଳି ନାହିଁ ମହିଳାଙ୍କ ମୁଣ୍ଡ

ପୋଲିସ କହିଛି କି, ମହିଳାଙ୍କ ମୁଣ୍ଡ ଏ ପର୍ଯ୍ୟନ୍ତ ମିଳି ନାହିଁ। ସେପଟେ ତାଙ୍କ ପୁରୁଷ ସାଥୀ ନିଜର ପରିଚୟ ଲୁଚାଇବା ପାଇଁ ସବୁ ଜିନିଷପତ୍ର ଧରି ଫେରାର ହୋଇ ଯାଇଛନ୍ତି। ଖବର ମୁତାବକ, ମୃତା ମହିଳାଙ୍କର ପରିଚୟ ମିଳିଛି, ସେ ଗୋରେଗାଓଁର ପୁନମ୍‌ ପାଲ ବୋଲି ଜଣା ପଡିଛନ୍ତି। ସିସିଟିଭି କ୍ୟାମେରାରୁ ମିଳିଥିବା ଫୁଟେଜରେ ଦେଖିବାକୁ ମିଳୁଛି କି, ମହିଳା ଏବଂ ତାଙ୍କ ପୁରୁଷ ସାଥୀ କୋଭିଡ୍‌ରୁ ରକ୍ଷା ପାଇବା ପାଇଁ ମୁହଁରେ ମାସ୍କ ପିନ୍ଧିଛନ୍ତି। ତେବେ ହୋଟେଲ ମାଲିକ କେତନ ରମାଣେ ଦୁଇଜଣଙ୍କୁ ବିନା ପରିଚୟ ପତ୍ରରେ ହିଁ ଲଜରେ ରଖିଥିଲେ। ତେଣୁ ଉଭୟଙ୍କୁ ଚିହ୍ନିବାରେ ପୋଲିସ ଅସୁବିଧାର ସମ୍ମୁଖୀନ ହୋଇଥିଲା। ପରେ ଲଜ୍‌ଠାରୁ ୫୦ ମିଟର ଦୂରରୁ ମିଳିଥିବା ଏକ ହ୍ୟାଣ୍ଡବ୍ୟାଗ ଜରିଆରେ ପୋଲିସ ମହିଳାଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲା।

ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ ସମ୍ପର୍କୀୟ

ଅଧିକ ତଦନ୍ତରୁ ଜଣାପଡିଛି ଯେ ମହିଳା ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ଗୋରେଗାଓଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଏବଂ ମହିଳାଙ୍କ କଟା ମୁଣ୍ଡ ଖୋଜିବା ପାଇଁ ମାଥେରନ୍ ପୋଲିସ ୫ଟି ଟିମ୍‌ ଗଠନ କରିଛି। ସେପଟେ ମାଥେରନସ୍ଥିତ ବିଜେ ହସ୍ପିଟାଲର ମେଡିକାଲ ଅଫିସର ଡାକ୍ଟର ରୂପାଲି ମିସାଲ କହିଛନ୍ତି କି, ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପାନଭେଲ ଉପ-ଜିଲ୍ଲା ଡାକ୍ତରଖାନା ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.