ଫ୍ରିଜରରୁ ନଗ୍ନ ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ, ଶରୀରର ୫୦ ଜାଗାରେ ରହିଛି ପେଚକସ୍‌ ଆଘାତ ଚିହ୍ନ!

ଭେନେଜୁଏଲାର ଅରାଗୁଆ ରାଜ୍ୟରେ ହତ୍ୟାର ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି। ଏଠାରେ ୧୯ ବର୍ଷୀୟା ଜଣେ ଯୁବତୀଙ୍କ ମୃତଦେହ ଫ୍ରିଜରରୁ ମିଳିଛି। ତାଙ୍କ ଶରୀରର ୫୦ଟି ଜାଗାରେ ପେଚକସ୍‌ ଆଘାତ ଚିହ୍ନ ଦେଖିବାକୁ ମିଳିଥିବା ବେଳେ ଦୁଇ ହାତ ବନ୍ଧା ହୋଇ ରହିଥିଲା ଏବଂ ମୁଣ୍ଡ ଗୋଡ଼ ମଝିରେ ଥିଲା। କୁହାଯାଉଛି କି, ଯୁବତୀ ଜଣକ ଗତ ୫ ମାସ ଧରି ନିଖୋଜ ଥିଲେ।

ତେବେ ଏହି ହତ୍ୟା ନେଇ ଯୁବତୀଙ୍କ ନୂଆ ବୟଫ୍ରେଣ୍ଡଙ୍କ ଉପରେ ସନ୍ଦେହ ଜାତ ହୋଇଛି। ସ୍ଥାନୀୟ ମିଡିଆ ମୁତାବକ, ଯୁବତୀଙ୍କ ବୟଫ୍ରେଣ୍ଡଙ୍କ ନାଁ ଯୋଶୁ, ଯାହାଙ୍କୁ ପୋଲିସ ଖୋଜାଖୋଜି କରୁଛି। ଏହି ମାମଲାରେ ତାଙ୍କୁ ପଚରାଉଚରା କରାଯିବ। ପଡ଼ୋଶୀଙ୍କ କହିବା ହେଲା, ଏହି କପଲ ସବୁବେଳେ ଲଢ଼ୁଥିବାର ଶୁଣିବାକୁ ମିଳୁଥିଲା। ଯୁବତୀଙ୍କ ବୟଫ୍ରେଣ୍ଡଙ୍କ ବ୍ୟବହାର ଆଦୌ ଭଲ ନ ଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ସେପଟେ ମୃତ ଯୁବତୀ ଏନା ଗୌବ୍ରିଏଲାଙ୍କ ପୂର୍ବତନ ପ୍ରେମିକଙ୍କ ନାଁ ଖୁଲାସା କରାଯାଇ ନାହିଁ। ତାଙ୍କୁ ଯୁବତୀଙ୍କ ୪ ବର୍ଷର ପୁଅର ବାପା ବୋଲି କୁହାଯାଉଛି। ପୂର୍ବତନ ପ୍ରେମିକ କହିଛନ୍ତି କି, ସେ କିଛିଦିନ ପୂର୍ବେ ଏନାଙ୍କୁ ଖୋଜୁଥିଲେ। ଲମ୍ବା ସମୟ ଧରି ତାଙ୍କର କୌଣସି ଖବର ନ ମିଳିବାରୁ ସେ ତାଙ୍କ ଘରକୁ ଯାଇଥିଲେ। ଯେତେବେଳେ ସେ ଏନାଙ୍କ ଘରେ ପହଞ୍ଚିଥିଲେ, ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା। ଏହାପରେ ସେ ଫ୍ରିଜର ଖୋଲି ଦେଖିବା ପରେ ସେଠାରୁ ଏନାଙ୍କ ମୃତଦେହ ମିଳିଥିଲା। ଶରୀର ପୂରା ନଗ୍ନ ଅବସ୍ଥାରେ ଥିଲା।

ଏନା ଗୌବ୍ରିଏଲାଙ୍କ ପୂର୍ବତନ ପ୍ରେମିକ ହିଁ ପ୍ରଥମେ ଏହି ଦୃଶ୍ୟ ଦେଖି ପୋଲିସକୁ ଖବର ଦେଇଥିଲେ। ଫ୍ରିଜରରେ ଏନାଙ୍କ ମୃତଦେହ ଏକ ଭ୍ରୁଣ ଭଳି ରହିଥିଲା। ତେବେ ପଡ଼େଶୀଙ୍କ କହିବା ହେଲା, ଶେଷ ଥର ପାଇଁ ଏନାଙ୍କୁ ଫେବୃୟାରୀରେ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.