ରେଲେଓ୍ଵ ଟ୍ରାକରୁ ମିଳିଲା କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତିଙ୍କ ମୃତଦେହ ସହିତ ସୁଇସାଇଡ ନୋଟ୍

କର୍ଣ୍ଣାଟକ: ରେଲେଓ୍ଵ ଟ୍ରାକରୁ ମିଳିଲା କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତିଙ୍କ ମୃତଦେହ। ମଙ୍ଗଳବାର ସକାଳେ ଉପବାଚସ୍ପତି ଏସଏସ ଧର୍ମେ ଗୌଡାଙ୍କ ମୃତଦେହ ରେଳେଓ୍ଵ ଟ୍ରାକରୁ ଉଦ୍ଧାର କରିଛି ପୋଲିସ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି ପୋଲିସ୍।

ମୃତଦେହ ପାଖରୁ ସୁଇସାଇଡ ନୋଟ ମିଳିଥିବାରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଆତ୍ମହତ୍ୟା ପଛର କାରଣ ଖୋଜୁଛି ପୋଲିସ। ସୋମବାର ସନ୍ଧ୍ୟା ୭ଟାରେ ସେ ତାଙ୍କ ଡ୍ରାଇଭର ସହ ଘରୁ ବାହାରିଥିଲେ। ଏନେଇ ସେ ତାଙ୍କ ସୁରକ୍ଷାକର୍ମୀଙ୍କୁ ମଧ୍ୟ ସୂଚନା ଦେଇନଥିଲେ। ରାତି ୧୦ଟାରେ ଘରକୁ ନଫେରିବାରୁ ଘର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଶେଷରେ ରାତି ୨ଟାରେ ତାଙ୍କ ମୃତଦେହ ରେଲେଓ୍ଵ ଟ୍ରାକରୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.