ଉଡାଣ ଭରିବା ପରେ ଖସିପଡିଲା ବିମାନର ଟାୟାର, ଏବେ ଅବତରଣକୁ ନେଇ ସମସ୍ତେ ଚିନ୍ତାରେ : ଭିଡିଓ ଭାଇରଲ

ଉଡାଣ ଭରୁ ଭରୁ ଦୁର୍ଘଟଣାର ଶିକାର ହେଲା ବିମାନ। ବିମାନଟି ଉଡାଣ ଭରିବା ପରେ ଧୂଆଁଉଠି ବିମାନର ଏକ ଚକ ଖସିପଡିଥିଲା। ଯାହା ଭିଡିଓ ଭାଇରଲ ହୋଇଥିଲା। ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ବିମାନ ଅବତରଣ କେମିତି କରିବେ ଏହାକୁ ନେଇ ବିମାନବନ୍ଦର କର୍ମଚାରୀ ଠାରୁ ଆରମ୍ଭ କରି କର୍ତ୍ତୃପକ୍ଷ ଚିନ୍ତାରେ ରହିଥିଲେ। ଏହି ଚକରେ ଓଜନ ୧୦୦ କିଗ୍ରା। ବିମାନର ଚକ ଖସିପଡିବା ପରେ ବିମାନଟି କିପରି ଅବତରଣ କରିବ, ତାହାକୁ ନେଇ ସମସ୍ତେ ଚିନ୍ତାରେ ରହିଥିଲେ। କିନ୍ତୁ ବିମାନଟି ୧୦୦୦ କିମି ଦୂର ଉଡାଣ ଭରିବା ପରେ ସଫଳତାର ସହିତ ଅବତରଣ କରିଛି।

ଘଟଣାଟି ଇଟାଲୀର ଟରୋଣ୍ଟୋ ଏୟାରପୋର୍ଟରେ ଘଟିଛି। ଏଠାରୁ ବିମାନ ବୋଇଂ ୭୪୭ ଉଡାଣ ଭରି ପରେ ଏପରି ଦୁର୍ଘଟଣାର ଶିକାର ହୋଇଛି। ବିମାନଟି ଟରୋଣ୍ଟୋ ବିମାନବନ୍ଦରରୁ ଆମେରିକାର ଚାଲର୍ସଟନ ବିମାନବନ୍ଦରକୁ ଉଡାଣ ଭରିଥିଲା। ଏହି ସମୟରେ ବିମାନର ଏକ ଚକା ଗଳିପଡିଥିଲା।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥିଲା। ତେବେ ବିମାନଟ ଚାଲର୍ସଟନ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଥିଲା। ବିମାନକୁ ଆଟଲସ ଏୟାର ଦ୍ୱାରା ଅପରେଟ୍‌ କରାଯାଇଥିଲା। ଏହି ବିମାନର ୧୮ଟି ଚକ ରହିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନଟି ଉଡାଣ ଭରିବା ପରେ ପରେ ଲ୍ୟାଣ୍ଡିଂ ଗିଅରରୁ ଧୂଆଁ ଦେଖିବାକୁ ମିଳିଥିଲା। ଏହା ପରେ ବିମାନ ଚକଟି ବାହାରି ପଡିଥିଲା। ଆଉ ରନେଓ୍ଵରେ ହିଁ ଗଳିପଡିଥିଲା।

Also Read : ଭାରତୀୟ ସେନାର ସାହସୀ କୁକୁର ‘ଜୁମ୍‌’ ଗୁରୁତର, ଗୁଳି ବାଜି ମଧ୍ୟ ଆତଙ୍କବାଦୀଙ୍କ ସହିତ ଲଢିଥିଲା ଜୁମ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.