ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଆମେରିକାରୁ ଆସିଲା ସ୍ୱତନ୍ତ୍ର ବିମାନ, ଏଥିରେ ରହିଛି ଅତ୍ୟାଧୁନିକ ଟେକ୍ନୋଲୋଜି

ନୂଆଦିଲ୍ଲୀ : ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଉପ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସୂରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର ବିମାନରେ ଯାତ୍ରା କରିଥାନ୍ତି । ଏଥିରେ ସୂରକ୍ଷା ଦୃଷ୍ଟିରୁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥାଏ । ପୂର୍ବରୁ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବି୭୪୭ ବିମାନ ଦ୍ୱାରା ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛନ୍ତି । ଏବେ ଭାରତର ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ବି୭୭୭ ବିମାନ ଗୁରୁବାର ଆମେରିକାରୁ ଆସି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି ।
ବିମାନକୁ ସୁରକ୍ଷା ଉପକରଣ ସହିତ ସଜ୍ଜାଯାଇଛି । ଯାହା ସବୁଠାରୁ ବଡ଼ ଆକ୍ରମଣକୁ ରୋକିପାରିବ । ଏହି ବିମାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣର କୌଣସି ପ୍ରଭାବ ପଡ଼ିବ ନାହିଁ । ଏହା ଆକ୍ରମଣ କରିବାକୁ ମଧ୍ୟ ସକ୍ଷମ । ଏହି ବିମାନର ସାମ୍ନା ଭାଗରେ ଏକ ଇଡବ୍ଲ୍ୟୁ ଜାମର ଲାଗିଛି, ଯାହା ଶତ୍ରୁର ରାଡାର ସଙ୍କେତକୁ ଅବରୋଧ କରିବା ସହ କ୍ଷେପଣାସ୍ତ୍ର ଲକ୍ଷ୍ୟ ହରାଇଥାଏ ।
ଏହାଛଡା ଏଥିରେ ଆଧୁନିକ ଏବଂ ସୁରକ୍ଷିତ ଉପଗ୍ରହ ସାଟେଲାଇଟ୍ ପ୍ରଣାଳୀ ସହିତ ସଜ୍ଜିତ ହୋଇଛି। ଯାହା ଫଳରେ ଦୁନିଆର ଯେକୌଣସି କୋଣରେ ଥାଇ ମଧ୍ୟ ଭିଭିଆଇପି ଅତ୍ୟନ୍ତ ନିରାପଦ ସହ ବାର୍ତ୍ତାଳପ କରିପାରିବେ ।
ଭାରତ ୨୦୧୮ରେ ଏହି ବିମାନ ପାଇଁ ବିମାନ ନିର୍ମାତା ବୋଇଙ୍ଗ କମ୍ପାନୀ ସହ ଡିଲ୍ କରିଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ କରାଯାଇଛି। ଭାରତ ଗ୍ରହଣ କରିଥିବା ଏହି ବିମାନର ନାମ ‘ଏୟାର ଇଣ୍ଡିଆ ଓ୍ବାନ’ ରଖାଯାଇଛି। ବାୟୂସେନାର ଜଣେ ଅଧିକାରୀ କହିଛନ୍ତି, ଭାରତୀୟ ବାୟୂସେନାର ପାଇଲଟ୍ ଏହି ବିମାନ ଉଡ଼ାଇବେ ।