ସାବଧାନ୍ ! ମାଇକ୍ରୋୱେଭରେ ଗରମ କରନ୍ତୁ ନାହିଁ ଅଣ୍ଡା, ନଚେତ୍ ଏହି ମହିଳାଙ୍କ ପରି ହୋଇପାରେ ଅବସ୍ଥା

ଆପଣ ବି ମାଇକ୍ରୋୱେଭ ଓଭନରେ ଅଣ୍ଡା ଗରମ କରୁଛନ୍ତି । ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ୍ । ହୋଇପାରନ୍ତି ହଇରାଣ । ନିକଟରେ ଇଂଲଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାଇକ୍ରୋୱେଭରେ ଅଣ୍ଡା ଫାଟିଯିବାରୁ ଜଣେ ଯୁବତୀଙ୍କ ଦୃଷ୍ଟିଶକ୍ତି ଚାଲିଯାଇଛି । ଘଟଣାଟି ହେଉଛି ଶୁକ୍ରବାରର ।

୧୯ ବର୍ଷୀୟା କର୍ଟନୀ ଯେମିତି ମାଇକ୍ରୋୱେଭରେ ଅଣ୍ଡା ଗରମ କରି ବାହାରକୁ ବାହାର କରିଛନ୍ତି ସାଙ୍ଗେ ସାଙ୍ଗେ ତାହା ଫାଟି ତାଙ୍କ ଆଖିରେ ଲାଗିଗଲା । ପରୀକ୍ଷା କରିବା ପରେ କର୍ଟନୀଙ୍କ ଗୋଟିଏ ଆଖିରୁ ଦୃଷ୍ଟିଶକ୍ତି ଚାଲିଯାଇଥିବା କହିଛନ୍ତି ଡାକ୍ତର ।

ଏହି ଘଟଣା ପରେ ମାଇକ୍ରୋୱେଭରେ ଅଣ୍ଡା ଗରମ କରିବାକୁ ଚେତାବନୀ ଦେଇଛନ୍ତି ଡାକ୍ତର । ଏହାର କାରଣ ହେଉଛି, ମାଇକ୍ରୋୱେଭରେ ଅଣ୍ଡା ଗରମ କରିବା ଦ୍ବାରା ଏହାର ଭିତର ତାପମାତ୍ରା ବଢିଥାଏ ହେଲେ ମାଇକ୍ରୋୱେଭର ତରଙ୍ଗ ଅଣ୍ଡାର ସେଲକୁ ଏତେ ଗରମ କରିନଥାଏ ଯେ ତାହା ଭାଙ୍ଗିପାରିବ । ଅନେକ ସମୟରେ ଅଣ୍ଡାର କିଛି ଅଂଶ ଷ୍ଟିମ୍ ହୋଇଯାଇଥାଏ । ଯାହା ଫଳରେ ମାଇକ୍ରୋୱେଭରୁ ବାହାର କରି ଯେମିତି ହିଁ ଅଣ୍ଡା ଭାଙ୍ଗିବାକୁ ଚେଷ୍ଟା କରିବେ ଏହା ଫାଟିଯିବ । ଅନେକ ସମୟରେ ଅଣ୍ଡା ମାଇକ୍ରୋୱେଭରେ ହିଁ ଫାଟି ନଷ୍ଟ ହୋଇଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.